The Topmost

“The eyes believe themselves, the ears believe other people.”

ODISHA ELECTION

ମାର୍ଚ୍ଚ ୨୪ରେ ପୌର ନିର୍ବାଚନ

ମାର୍ଚ୍ଚ ୨୪ରେ ଓଡିଶାର ପୌର ନିର୍ବାଚନ । ଏ ନେଇ ସୂଚନା ଦେଲେ ନିର୍ବାଚନ କମିଶନ। ମାର୍ଚ୍ଚ ୨୬ରେ ହେବ ଭୋଟ୍ ଗଣତି। ଫେବୃଆରୀ ୨୮ରେ ପ୍ରକାଶ ପାଇବ ବିଜ୍ଞପ୍ତି । ମାର୍ଚ୍ଚ ୨ରୁ ୭ ପର୍ଯ୍ୟନ୍ତ ପ୍ରାର୍ଥୀପତ୍ର ଦାଖଲ ପାଇଁ ସମୟସୀମା ଧାର୍ଯ୍ୟ କରାଯାଇଛି। ୧୦୬ ଏନଏସି/ମ୍ୟୁନିସିପାଲିଟି, ୩ଟି ମହାନଗରରେ ହେବ ନିର୍ବାଚନ। ଅଦାଲତି କାରଣ ପାଇଁ ପୁରୀ ମ୍ୟୁନିସିପାଲିଟିରେ ହେବନି ନିର୍ବାଚନ । ମେୟର/ପୌରାଧ୍ୟକ୍ଷ ନିର୍ବାଚନ ହେବ ସିଧାସଳଖ । ଇଭିଏମ୍ରେ ହେବ ଭୋଟ୍ ଗ୍ରହଣ, ପ୍ରତି ବୁଥ୍ରେ ରହିବ ୨ଟି ଇଭିଏମ୍ । ଗୋଟିଏ ଇଭିଏମ୍ରେ ମେୟର/ପୌରାଧ୍ୟକ୍ଷଙ୍କୁ ଭୋଟ ଦେଇ ହେବ । ୨ୟ ଇଭିଏମ୍ରେ କାଉନସିଲର/କର୍ପୋରେଟରଙ୍କୁ ଭୋଟ ଦେଇ ହେବ । ପ୍ରଥମ ଥର ପାଇଁ ପୌର ନିର୍ବାଚନରେ ରହିବ ନୋଟା ବିକଳ୍ପ । ଏପ୍ରିଲ ୭ରେ ପୌର ଉପାଧ୍ୟକ୍ଷ, ୮ରେ ଡେପୁଟି ମେୟର ନିର୍ବାଚନ ପାଇଁ ନିଷ୍ପତ୍ତି ହୋଇଛି ।

ପୌର ନିର୍ବାଚନ ନେଇ ନିର୍ବାଚନ କମିଶନଙ୍କ ସମସ୍ତ ସୂଚୀ…

ମାର୍ଚ୍ଚ ୨୪- ପୌର ନିର୍ବାଚନ ଭୋଟ୍ ଗ୍ରହଣ
ମାର୍ଚ୍ଚ ୨୬- ଭୋଟ୍ ଗଣତି
ଫେବୃଆରୀ ୨୮- ବିଜ୍ଞପ୍ତି ପ୍ରକାଶ
ମାର୍ଚ୍ଚ ୨ରୁ ୭- ପ୍ରାର୍ଥୀ ପତ୍ର ଦାଖଲ
ମାର୍ଚ୍ଚ ୯- ନାମାଙ୍କନପତ୍ର ଯାଞ୍ଚ, ୧୪ ସୁଦ୍ଧା ପ୍ରତ୍ୟାହାର