ମାର୍କେଟ ବିଲ୍ଡିଂକୁ ନେଇ ତେଜୁଛି ଉଠାଦୋକାନୀ ଓ ସ୍ଥାୟୀ ଦୋକନୀଙ୍କ ବିବାଦ । କାଲିଠୁ ଭୁବନେଶ୍ୱରର ସମସ୍ତ ସ୍ଥାୟୀ ଦୋକାନ ବନ୍ଦ ରଖିବାକୁ ନିଷ୍ପତ୍ତି ନେଇଛି ରାଜଧାନୀର ସମସ୍ତ ବ୍ୟବସାୟୀ ବଜାର ସଂଘ । ଏ ସମ୍ପକରେ ସକାଳ ୧୧ଟାରେ ଭୁବନେଶ୍ୱର ସମସ୍ତ ବ୍ୟବସାୟୀ ସଂଘର ବୈଠକ ଆରମ୍ଭ ହୋଇଛି । ସେପଟେ ଥଇଥାନ ନେଇ ଉଠା ଦୋକାନୀ ସଂଘ ବିକ୍ଷୋଭ ଆରମ୍ଭ କରିଛି । ବିଏମସି ସର୍ଭେରେ ଷ୍ଟ୍ରିଟ୍ ଭେଣ୍ଡର ଭାବ ଚିହ୍ନଟ ହୋଇଥିବା ସମସ୍ତ ବ୍ୟବସାୟୀଙ୍କୁ ମାର୍କେଟ ବିଲ୍ଡିଂ ଭିତରେ ବ୍ୟବସାୟ କରିବାକୁ ସୁଯୋଗ ଦେବାକୁ ଦାବି କରିଛି ଉଠାଦୋକାନୀଙ୍କୁ ନେଇ ଗଠିତ ବାଲୁଙ୍କେଶ୍ୱର କ୍ଷୁଦ୍ର ବ୍ୟବସାୟୀ ସଂଘ । ଦାବି ପୂରଣ ନହେଲେ ରାସ୍ତାକୁ ଓହ୍ଲାଇବାକୁ ଚେତାବନୀ ଦେଇଛି ନିଖିଳ ଓଡ଼ିଶା ଷ୍ଟ୍ରିଟ ଭେଣ୍ଡର ସଂଘ । ଆବଶ୍ୟକ ପଡିଲେ ସମସ୍ତ ଉଠାଦୋକାନ ବନ୍ଦ ରଖିବା ସହ ଭୁବନେଶ୍ୱର ବନ୍ଦ କରିବାକୁ ଚେତାବନୀ ଦେଇଛି ସଂଘ । ଗୋଟିଏ ପଟେ ସ୍ଥାନୀୟ ଦୋକାନୀମାନେ ଦୋକାନ ବନ୍ଦ ରଖିବାକୁ ନିଷ୍ପତ୍ତି ନେଇଥିବା ବେଳେ ଉଠା ଦୋକାନୀଙ୍କ ଚେତାବନୀ ବିଏମସିକୁ ଚିନ୍ତାରେ ପକାଇ ଦେଇଛି ।
“The eyes believe themselves, the ears believe other people.”
More Stories
ରାଜ୍ୟରେ ପୁଣି ଲଜ୍ଜା, ଗଣ ଦୁଷ୍କର୍ମ ସହ ହତ୍ୟା ଆରୋପ
ଏଥର ଏସସିବିରେ ଉପଲବ୍ଧ ଏମ୍ଏନ୍ସିୟୁ ସୁବିଧା, ମା ସହ ଚିକିତ୍ସା ପାଇବେ ଶିଶୁ
ଓଡ଼ିଶାରେ ସୃଷ୍ଟି ହେଲେ ୧୦ ଲକ୍ଷରୁ ଅଧିକ ଲକ୍ଷପତି ଦିଦି