The Topmost

“The eyes believe themselves, the ears believe other people.”

marathon lady angela

ମାରାଥନ ଲେଡି ଆଞ୍ଜେଲା

ମାରାଥନ ଦୌଡ଼ ଏକ ସହଜ କାର୍ଯ୍ୟ ନୁହେଁ, ଏଥିପାଇଁ ପ୍ରଚୁର ଶକ୍ତି, ଦୃଢତା ଏବଂ ରଣନୀତି ଆବଶ୍ୟକ । ଆମେରିକାର ଜଣେ ମହିଳା ତାଙ୍କ ଜୀବନରେ ଏତେଗୁଡ଼ିଏ ମାରାଥନ ଦୌଡ଼ରେ ସାମିଲ ହୋଇଛନ୍ତି ଯେ ଆପଣ କଳ୍ପନା କରିପାରିବେ ନାହିଁ । ସେ ତାଙ୍କ ଜୀବନରେ ହଜାରଟି ମାରାଥନରେ ଭାଗ ନେଇଛନ୍ତି । ତେବେ ଏହା ପଛରେ ତାଙ୍କର ଏକ ମହତ ଉଦ୍ଦେଶ୍ୟ ରହିଛି । ରିପୋର୍ଟ ଅନୁଯାୟୀ ମହିଳାଙ୍କ ନାମ ଆଞ୍ଜେଲା ଟୋର୍ଟିରିସ । ୨୦୧୩ରେ ଆଞ୍ଜେଲା ୧୨୦ଟି ମାରାଥାନରେ ଦୌଡ଼ିଛନ୍ତି । ଏହାପରେ ତାଙ୍କ ନାମ ଗିନିଜ ବୁକ ଅଫ୍‌ ୱାଲïର୍ ରେକର୍ଡରେ ସ୍ଥାନିତ ହୋଇଛି । କାରଣ ସେ ଏକମାତ୍ର ଏପରି ମହିଳା, ଯିଏ ଗୋଟିଏ ବର୍ଷରେ ୧୦୦ରୁ ଅଧିକ ମାରାଥନରେ ସାମିଲ ହୋଇଥିଲେ । କେବଳ ସେତିକି ନୁହେଁ ସେ ଏପର୍ଯ୍ୟନ୍ତ ଆମେରିକାର ପ୍ରତି ରାଜ୍ୟରେ ଅତି କମ୍‌ରେ ୫ଥର ମାରାଥନ ରେସ୍‌ରେ ଅଂଶଗ୍ରହଣ କରିଛନ୍ତି । ନିକଟରେ ଏକ ସାକ୍ଷାତକାରରେ ଆଞ୍ଜେଲା କହିଛନ୍ତି ଯେ ସେ ଛୁଟିଦିନରେ ମାରାଥନରେ ଭାଗ ନେଇଥାନ୍ତି । ଏହାସହ ନିକଟରେ ୧୦୦୦ତମ ମାରାଥନକୁ ଟେକ୍ସାସ୍‌ରେ ପୁରା କରିଛନ୍ତି ଏବଂ ଏହି ମାରାଥନ ଜରିଆରେ ସେ ୧ ମିଲିଅନ ଡଲାରର ଫଣ୍ଡ୍‌ ମଧ୍ୟ ସଂଗ୍ରହ କରିଛନ୍ତି । ଆଞ୍ଜେଲଙ୍କ କହିବା ଅନୁଯାୟୀ, ତାଙ୍କ ସ୍ୱାମୀ ମଲଫିପଲ୍‌ ସ୍କେଲେରୋସିସ୍‌ ରୋଗରେ ଆକ୍ରାନ୍ତ । ଏହି ରୋଗ ସମ୍ପର୍କରେ ଅବଗତ ହେବା ପରେ ସେ ନିଜ ଶରୀର ପ୍ରତି ଧ୍ୟାନ ଦେବା ଆରମ୍ଭ କରିଥିଲେ ।

marathon lady angela
marathon lady angela @thetopmost-01

http://thetopmost.in/?p=1102

http://thetopmost.in/?p=1097

http://thetopmost.in/?p=1083

http://thetopmost.in/?p=1048

ଏପରିକି ତାଙ୍କ ସ୍ୱାମୀଙ୍କୁ ହୋଇଥିବା ରୋଗ ପ୍ରତି ଲୋକଙ୍କୁ ସଚେତନ କରାଇବା ଚାହୁଁଥିଲେ, ଯାହାପରେ ସେ ମାରାଥନ ଦୌଡ଼ ପ୍ରତିଯୋଗିତାରେ ସାମିଲ ହେବା ପାଇଁ ନିଷ୍ପତ୍ତି ନେଇଥିଲେ । ଏଇଠୁ ଆରମ୍ଭ ହୋଇଥିଲା ତାଙ୍କର ମାରାଥନ ଯାତ୍ରା । ଏହି ମାରାଥନ ଜରିଆରେ ସେ ମଲଫିପଲ୍‌ ସ୍କେଲେରୋସିସ୍‌ ରୋଗ ପ୍ରତି ଲୋକଙ୍କୁ ସଚେତନ କରାଉଛନ୍ତି । ସୂଚନା ଅନୁଯାୟୀ ମଲଫିପଲ୍‌ ସ୍କେଲେରୋସିସ୍‌ ହେଉଛି ଏପରି ଏକ ରୋଗ ଯାହା ମସ୍ତିଷ୍କ ଏବଂ ମେରୁଦଣ୍ଡର ସ୍ନାୟୁକୁ ପ୍ରଭାବିତ କରିଥାଏ, ଯାହାଦ୍ୱାରା ମାଂସପେଶୀର ସଞ୍ଚାଳନ, ସନ୍ତୁଳନ ଏବଂ ଦୃଷ୍ଟିଶକ୍ତି ସମ୍ବନ୍ଧୀୟ ସମସ୍ୟା ସୃଷ୍ଟି କରିଥାଏ ।