ଚଳିତବର୍ଷ ଅଧିକ ମାମଲାର ଫଇସଲା କରିଛନ୍ତି ହାଇକୋର୍ଟ । ମାମଲା ଫଇସଲା କରିବାରେ ଓଡ଼ିଶା ହାଇକୋର୍ଟଙ୍କ ରେକର୍ଡ । ୨୦୨୧ ଓ ୨୦୨୨ ତୁଳନାରେ ଚଳିତବର୍ଷ ଅଧିକ ମାମଲାର ଫଇସଲା କରିଛନ୍ତି ହାଇକୋର୍ଟ । ଜାନୁଆରୀରୁ ଜୁନ ମାସର ତଥ୍ୟ ଅନୁସାରେ ମାମଲା ଫଇସଲା ହାର ବୃଦ୍ଧି ହୋଇଥିବା ଜଣାପଡ଼ିଛି । ୨୦୨୧ର ପ୍ରଥମ ୬ ମାସରେ ୪୨ ହଜାର ୨୭୮ଟି ମାମଲା ରୁଜୁ ହୋଇଥିବାବେଳେ ୩୯ ହଜାର ୨୫୯ଟି ମାମଲାର ଫଇସଲା କରିଥିଲେ ଅଦାଲତ । ମାମଲା ଫଇସଲା ହାର ଥିଲା ୯୨.୮୫ ପ୍ରତିଶତ । ୨୦୨୨ର ପ୍ରଥମ ୬ମାସରେ ୫୩ ହଜାର ୧୫୫ ମାମଲା ଦାଏର ହୋଇଥିବାବେଳେ ପୁରୁଣା ବର୍ଷର ମାମଲା ମିଶାଇ ୫୯ ହଜାର ୮୫୦ଟି ମାମଲାର ଫଏସଲା କରାଯାଇଥିଲା । ଚଳିତବର୍ଷର ପ୍ରଥମ ୬ ମାସରେ ୪୯ ହଜାର ୬୩୫ ମାମଲା ରୁଜୁ ହୋଇଥିଲା । ଏହି ୬ ମାସରେ ୬୨ ହଜାର ୮୬୯ ମାମଲର ଫଇସଲା କରାଯାଇଛି । ମାମଲା ଫଇସଲାର ହାର ଗତବର୍ଷ ଅପେକ୍ଷା ୫.୦୪ ପ୍ରତିଶତ ବୃଦ୍ଧି ପାଇ ୧୨୬.୬୬ ପ୍ରତିଶତରେ ପହଞ୍ଚିଛି । ସେହିଭଳି ୨୦୨୧ରେ ୩୪୧ ମାମଲାର ରାୟ ପ୍ରକାଶ ପାଇଥିବାବେଳେ ୨୦୨୨ରେ ୯୮୨ ଓ ଚଳିତବର୍ଷ ପ୍ରଥମ ୬ ମାସରେ ୧୩୬୮ଟି ମାମଲାର ରାୟ ପ୍ରକାଶ ପାଇଛି ।
“The eyes believe themselves, the ears believe other people.”
More Stories
ରାଜ୍ୟରେ ପୁଣି ଲଜ୍ଜା, ଗଣ ଦୁଷ୍କର୍ମ ସହ ହତ୍ୟା ଆରୋପ
ଏଥର ଏସସିବିରେ ଉପଲବ୍ଧ ଏମ୍ଏନ୍ସିୟୁ ସୁବିଧା, ମା ସହ ଚିକିତ୍ସା ପାଇବେ ଶିଶୁ
ଓଡ଼ିଶାରେ ସୃଷ୍ଟି ହେଲେ ୧୦ ଲକ୍ଷରୁ ଅଧିକ ଲକ୍ଷପତି ଦିଦି