ଧାରଣା ଭିତରେ କୁସ୍ତିଯୋଦ୍ଧା ବିନେଶ ଫୋଗାଟଙ୍କ ବଡ ଅଭିଯୋଗ । ଦେଶର ଶୀର୍ଷ କୁସ୍ତଯୋଦ୍ଧା ବିନେଶ ଫୋଗାଟ କହିଛନ୍ତି କି, ଜଣେ ଶକ୍ତିଶାଳୀ ବ୍ୟକ୍ତି ବିରୋଧରେ ଠିଆ ହେବା ମୁସ୍କିଲ, ଯେ କି ନିଜର ଶକ୍ତିକୁ ଦୂରୁପଯୋଗ କରୁଛନ୍ତି । ହେଲେ ବ୍ରିଜଭୂଷଣଙ୍କ ଗିରଫ ଦାବିରେ କୁସ୍ତିଯୋଦ୍ଧାମାନେ ଧାରଣା ଜାରି ରଖିଛନ୍ତି । ଗଣମାଧ୍ୟମ ସହ କଥାବାର୍ତ୍ତା ବେଳେ କୁସ୍ତିଯୋଦ୍ଧା ବିନେଶ ଫୋଗାଟ କହିଛନ୍ତି କି, ଜଣେ ଏଭଳି ବ୍ୟକ୍ତି ବିରୋଧରେ ଠିଆ ହେବା ବହୁତ ମୁସ୍କିଲ, ଯେ କି ଦୀର୍ଘ ସମୟ ଧରି ନିଜ ଶକ୍ତିର ଦୂରୁପଯୋଗ କରିପାରୁଛନ୍ତି । କେବଳ ସେତିକି ନୁହେଁ ବିନେଶ ଫୋଗାଟ କ୍ରୀଡମନ୍ତ୍ରୀ ଅନୁରାଗ ଠାକୁରଙ୍କ ବିରୋଧରେ ବଡ ଅଭିଯୋଗ କରିଛନ୍ତି । ସେ କହିଛନ୍ତି କି, ଏହି ମାମଲାକୁ ଦବାଇ ଦେବାକୁ କ୍ରୀଡାମନ୍ତ୍ରୀ ଅନୁରାଗ ଠାକୁର ଯଥା ସମ୍ଭବ ପ୍ରୟାସ କରୁଛନ୍ତି । ଏଣୁ ପ୍ରଥମ ଧାରଣା ବେଳେ ସେ ଏକ କମିଟି ଗଠନ କରି ମାମଲାକୁ ଚାପି ଦେବାକୁ ଚେଷ୍ଟା କରିଥିଲେ । ସେପଟେ କୁସ୍ତଯୋଦ୍ଧା ବଜରଙ୍ଗ ପୁନିଆ କହିଛନ୍ତି ଅଲମ୍ପିକ ଚୟନ ପାଇଁ ବ୍ରିଜ ଭୂଷଣ ସିଂ ପ୍ରସ୍ତୁତ କରିଥିବା କିଛି ନୂଆ ନିୟମକୁ କୁସ୍ତଯୋଦ୍ଧାମାନେ ବିରୋଧ କରୁଛନ୍ତି ବୋଲି ମିଥ୍ୟା ଅଭିଯୋଗ ଆଣିଛନ୍ତି ବ୍ରିଜ ଭୂଷଣ ସିଂ ।
More Stories
ଲାଗୁ ହେଲା ଅଷ୍ଟମ ବେତନ ଆୟୋଗ, ଜାଣନ୍ତୁ କେତେ ବଢିବ ଦରମା
ଗଣତନ୍ତ୍ର ଦିବସ ପାଇଁ ଦିଲ୍ଲୀରେ ସ୍ପେଶାଲ ଟ୍ରାଫିକ୍ ବ୍ୟବସ୍ଥା
2025 ରିପବ୍ଲିକ୍ ଡେ ହାଇଲାଇଟ୍ସ୍