ଅମୃତପାଲ ପ୍ରସଙ୍ଗରେ ମୁହଁ ଖୋଲିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ । ସେ ପଞ୍ଜାବର ଆଇନ ଶୃଙ୍ଖଳା ପରିସ୍ଥିତିକୁ ନେଇ ଭଗବନ୍ତ ସରକାରଙ୍କୁ ପ୍ରଶଂସା କରିବା ସହ ରାଜ୍ୟରେ ଶାନ୍ତି ଶୃଙ୍ଖଳା ତାଙ୍କ ପ୍ରାଥମିକତା ବୋଲି କହିଛନ୍ତି । ଡେରା ସଚ୍ଚଖଣ୍ଡ ବଲ୍ଲନରେ ଶ୍ରୀଗୁରୁ ରବିଦାସ ବାଣୀ ଅଧ୍ୟୟନ କେନ୍ଦ୍ରକୁ ଉଦଘାଟନ କରିବା ପରେ ସେ କହିଛନ୍ତି ଯେ କିଛି ଲୋକ ପଞ୍ଜାବର ବାତାବରଣକୁ ଖରାପ କରିବାକୁ ଚେଷ୍ଟା କରିଥିଲେ, କିନ୍ତୁ ଆମେ ପଞ୍ଜାବର ବାତାବରଣକୁ ଖରାପ ହେବାକୁ ଦେବୁ ନାହିଁ। ଆଇନ ଶୃଙ୍ଖଳା ବଜାୟ ରଖିବା ପାଇଁ ଅନେକ ସମୟରେ କଠୋର ନିଷ୍ପତ୍ତି ନେବାକୁ ପଡ଼ିଥାଏ ଏବଂ ଭଗବନ୍ତ ମାନଙ୍କ ନେତୃତ୍ୱାଧୀନ ଆପ୍ ସରକାର କଠୋର ନିଷ୍ପତ୍ତି ନେବାକୁ ସକ୍ଷମ ବୋଲି ସେ କହିଛନ୍ତି ।
More Stories
ବାର୍ଷିକ ଫାସଟ୍ୟାଗ୍ ପାସ୍ ଲାଗୁ ହେବ- ଗଡକରୀ
ବିମାନ ଦୁର୍ଘଟଣାର ଚାଲିଛି ପୁଙ୍ଖାନୁପୁଙ୍ଖ ତଦନ୍ତ
ୱେଟ୍ ଲସ୍ ଜର୍ଣ୍ଣିରେ ସକାଳ ଜଳଖିଆ କଣ ଖାଇବେ