The Topmost

“The eyes believe themselves, the ears believe other people.”

ମାନସିକ ଦୁଶ୍ଚିନ୍ତାରେ ଅଛନ୍ତି କି

ମାନସିକ ସ୍ବାସ୍ଥ୍ୟ ସମସ୍ୟା ଗତ କିଛି ବର୍ଷ ହେବ ବହୁଳ ମାତ୍ରାରେ ଦେଖିବାକୁ ମିଳୁଛି । ବି‌ଶେ‌ଷ କରି କୋରନା ମହାମାରୀ ପରଠାରୁ ଏହାର ପରିମାଣ ଅଧିକ ମାତ୍ରାରେ ବଢିଯାଇଛି । ବିଶେଷଜ୍ଞମାନଙ୍କ କହିବା କଥା ମାନସିକ ସ୍ବାସ୍ଥ୍ୟ ସମସ୍ୟା କରାଣରୁ ବହୁତ ପ୍ରକାର ଶାରୀରିକ ସମସ୍ୟା ଦେଖିବାକୁ ମିଳୁଛି । ଯେପରି କି ଉଚ୍ଚ ରକ୍ତଚାପ, ହୃଦ ରୋଗ ଭଲି ଅନେକ ସମସ୍ୟା ଦେଖା ଦେଉଛି । ଏହି କାରଣରୁ ବିଶେଷଜ୍ଞମାନେ ନିଜର ମାନସିକ ସ୍ବାସ୍ଥ୍ୟ ପ୍ରତି ଧ୍ୟାନ୍ୟ ଦେବା ପାଇଁ ପରାମର୍ଶ ଦେଇଛନ୍ତି । ଭୋପାଳର ଆପୋଲୋ ହସ୍ପିଟାଲର ମନସ୍ତତ୍ତ୍ୱବିତ୍ ଅଶୁତୋଷ ସିଂଙ୍କ କହିବା ଅନୁସାରେ ଆମର ନିତିଦିନିଆ ଅଭ୍ୟାସ ମାନସିକ ସ୍ବାସ୍ଥ୍ୟ ସମସ୍ୟାର ଏକ ବଡ କାରଣ ହୋଇ ପାରେ । ଆସନ୍ତୁ ଜାଣିବା କେଉଁ କାରଣ ପାଇଁ ମାନସିକ ସ୍ବାସ୍ଥ୍ୟରେ ସମସ୍ୟା ହୋଇଥାଏ ।

ଅନୁସନ୍ଧାନରୁ ଜଣାପଡିିଛି ଯେଉଁମାନଙ୍କୁ ଭଲରେ ନିଦ ହୁଏ ନାହିଁ, ଅନ୍ୟମାନଙ୍କ ତୁଳନାରେ ସେମାନେ ଅଧିକ ମାନସିକ ସ୍ବାସ୍ଥ୍ୟ ସମସ୍ୟାର ସମ୍ମୁଖୀନ ହୋଇଥାନ୍ତି । ଯେପରିକି ଚିନ୍ତା ଓ ଚାପରେ ରହିବା, ମନ ଉଦାସ ରହିବା ଏହି ପରି ଅନେକ କିଛି । ସେଥିପାଇଁ ମାନସିକ ଓ ଶାରୀରିକ ସ୍ବାସ୍ଥ୍ୟ ଭଲ ରଖିବା ପାଇଁ ଭଲ ନିଦର ଅବା୍ଶ୍ୟକତା ରହିଛି । କାରଣ ଭଲ ନିଦ ଶରୀର ଓ ମନକୁ ଆରାମ ଦେବାରେ ସାହାଯ୍ୟ କରିଥାଏ ।

ସମାଜରୁ ଦୂରେଇ ରହିବା

publive-image

କୋରନା ମାହାମାରୀ ସମୟରେ ସଂକ୍ରମଣରୁ ରକ୍ଷା ପାଇବା ପାଇଁ ଲୋକମାନେ ଏକୁଟିଆ ଘର ଭିତରେ ରହୁ୍‌ଥିଲେ । ଯାହା ଧିରେ ଧିରେ କିଛି ଲୋକଙ୍କ ଅଭ୍ୟାସରେ ପରିଣତ ହୋଇଯାଇଛି । ଏହା ସେମାନଙ୍କ ମାନସିକ ସ୍ବାସ୍ଥ୍ୟ ଉପରେ ପାର୍ଶ୍ବ ପ୍ରତିକ୍ରିୟା ପକାଇପାରେ । ଡାକ୍ତର ଆଶୁତୋଷ କହିବା କଥା ମାନସିକ ସ୍ବାସ୍ଥ୍ୟକୁ ଭଲ ରଖିବାକୁ ହେଲେ ଘର ବାହାରକୁ ଯିବା ଓ ସମାଜରେ ଲୋକଙ୍କ ସହ ମିଶିବା ଅତ୍ୟନ୍ତ ଅବଣ୍ୟକ । ଏକ ଅନୁସନ୍ଧାନରୁ ଜଣା ପଡିଛି ତାଜା ପବନରେ ନିଶ୍ୱାସ ନେବା ଏବଂ ସୂର୍ଯ୍ୟଙ୍କ ସଂସ୍ପର୍ଶରେ ଆସିବା ଆପଣଙ୍କ ମସ୍ତିଷ୍କ ପାଇଁ ଭଲ ଅଟେ ।‌ ସେଥିପାଇଁ ଘର ଭିତରେ ଏକୁଟିଆ ନ ରହି ବାହାର ସମାଜରେ ଲୋକଙ୍କ ସହ ରହିବା ମାନସିକ ସ୍ବାସ୍ଥ୍ୟ ପାଇଁ ଭଲ ।

ସବୁଜ ଖାଦ୍ୟ

ମାନସିକ ଓ ଶାରୀରିକ ସ୍ବାସ୍ଥ୍ୟ ପାଇଁ ଖାଦ୍ୟ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ । ଫାଷ୍ଟଫୁଡ ଓ ଜଙ୍କଫୁଡ ଖାଦ୍ୟ ଆମ ମସ୍ତିଷ୍କ ଓ ଶରୀର ଉପରେ ଗଭୀର ପ୍ରଭାବ ପକାଇଥାଏ । ଆପଣଙ୍କର ମାନସିକ ଏବଂ ଶାରୀରିକ ସ୍ବାସ୍ଥ୍ୟରେ ଉନ୍ନତି ଆଣିବା ପାଇଁ ଫାଇବର, ଭିଟାମିନ୍ ଏବଂ ପୁଷ୍ଟିରେ ଭରପୂର ଖାଦ୍ୟ ଖାଇବା ଉଚିତ | ଆମେ ଖାଉଥିବା ଖାଦ୍ୟ ସିଧାସଳଖ ଆମ ସ୍ୱାସ୍ଥ୍ୟ ଉପରେ ପ୍ରଭାବ ପକାଇଥାଏ |

ଏହିସବୁ ଅଭ୍ୟାସରେ ପରିବର୍ତ୍ତନ ଆଣିଲେ ଆପଣ ମାନସିକ ଓ ଶାରୀରିକ ଭାବେ ସୁସ୍ଥ ରହିପାରିବେ ।

SHARE BY