The Topmost

“The eyes believe themselves, the ears believe other people.”

ମାନବ ସଭ୍ୟତା ଦିନେ ନା ଦିନେ ମରିଯିବ: ଏଲନ ମସ୍କ

ପୁଣିଥରେ ମାନବ ସଭ୍ୟତା ଲୋପ ପାଇଯିବା ଆଶଙ୍କାରେ ଉଦ୍‌ବେଗ ପ୍ରକାଶ କରିଛନ୍ତି ଟେସଲା ସିଇଓ ଏଲନ ମସ୍କ । ସେ ଫ୍ୟାନ୍ ପେଜ୍ @ମସ୍କୟୁନିଭର୍ସିଟିର ଏକ ପୋଷ୍ଟ ଉପରେ ପ୍ରତିକ୍ରିୟା ପ୍ରକାଶ କରି ଟ୍ବିଟ୍ କରିଛନ୍ତି- ଯଦି ଜନ୍ମହାର ଏହିପରି ଭାବେ ହ୍ରାସ ପାଇଚାଲେ, ତେବେ ମାନବ ସଭ୍ୟତା ଦିନେ ନା ଦିନେ ମରିଯିବ । ତେବେ ଇଣ୍ଟରନେଟ୍ ବ୍ୟବହାରକାରୀ ମାନେ ମସ୍କଙ୍କ ଟ୍ବିଟ୍‌ର ଉତ୍ତର ଦେଇ ଲେଖିଛନ୍ତି- ସୁପ୍ରଭାତ ଏଲନ! ଜମା ବ୍ୟସ୍ତ ହୁଅନ୍ତୁ ନାହିଁ, ମାନବସଭ୍ୟତା ବଞ୍ଚିରହିବ, ମରିବ ନାହିଁ । ଆଉ ଜଣେ ନେଟିଜେନ ଏକ ରିପୋର୍ଟ ସେୟାର କରି ‌ଦର୍ଶାଇଛନ୍ତି କିପରି ୧୮୦୦ ମସିହାରୁ ଆଜି ପର୍ଯ୍ୟନ୍ତ ଜନସଂଖ୍ୟା ବୃଦ୍ଧି ପାଇଚାଲିଛି । ୫୦ ବର୍ଷୀୟ ଟେକ୍ ବିଲିୟନେୟାର ଗତ ଜୁନ୍ ମାସରେ ବି ଅନୁରୂପ ମତ ପ୍ରକାଶ କରିଥିଲେ । ସେ କହିଥିଲେ ଯେ ଜନସଂଖ୍ୟା ହ୍ରାସ ମାନବ ସଭ୍ୟତା ପ୍ରତି ଏକ ବଡ଼ ବିପଦ । ପିଲା ଜନ୍ମ କଲେ ପରିବେଶକୁ ବିପଦ ବୋଲି ଯେଉଁମାନେ ଭାବୁଛନ୍ତି ସେମାନେ ବଡ଼ ଭୁଲ୍ କରୁଛନ୍ତି ।