ଓଡ଼ିଶା ରାଜ୍ୟ ମାନବାଧିକାର ଆୟୋଗରେ ଶିକ୍ଷାନୁଷ୍ଠାନରେ ରାଗିଂ ମାମଲାର ଶୁଣାଣି ହୋଇଛି । ‘ରାଗିଂ ଫ୍ରି କ୍ୟାମ୍ପସ୍ ଅଭିଯାନ’ ପକ୍ଷରୁ ୨୦୨୧ ମାର୍ଚ୍ଚ ୧୫ରେ ହୋଇଥିବା ପିଟିସନ୍ର ଶୁଣାଣି କରି ଜଷ୍ଟିସ୍ ବି.କେ ପଟେଲ୍ ଓ ଅସୀମ ଅମିତାଭ ଦାସଙ୍କ ଖଣ୍ଡପୀଠ, ପୁଲିସ୍ ହ୍ୟୁମାନ୍ ରାଇଟସ୍ ପ୍ରୋଟେକ୍ସନ ସେଲରେ ୨୪ ଘଣ୍ଟିଆ ଆଣ୍ଟି ରାଗିଂ ହେଲ୍ପ-ଲାଇନ୍ ଖୋଲିବାକୁ ପୁଲିସ୍ ଡିଜି ଓ ଆଇଜିଙ୍କୁ ପରାମର୍ଶ ଦେଇଛନ୍ତି । ଅନ୍ୟପଟେ ରୁଚିକା ଆତ୍ମହତ୍ୟା ମାମଲା ସଂପର୍କିତ ଏକ ରିପୋର୍ଟ ପୁଲିସ୍ କମିସନର୍ ଆୟୋଗଙ୍କ ନିକଟରେ ଦାଖଲ କରିଛନ୍ତି । ସେହିପରି ଦେବଗଡ଼ ଏଏନ୍ଏମ୍ ଛାତ୍ରୀଙ୍କୁ ରାଗିଂ ଘଟଣା ସଂପର୍କରେ ମଧ୍ୟ ଆଲୋଚନା କରାଯାଇଛି । ତେବେ ଆସନ୍ତା ଅଗଷ୍ଟ ୨୯ ତାରିଖରେ ଏହି ୩ ମାମଲାର ପରବର୍ତ୍ତୀ ଶୁଣାଣି ହେବ ବୋଲି କୁହାଯାଇଛି ।
More Stories
ଗୁଣାତ୍ମକ ଶିକ୍ଷା, ଗବେଷଣା ଓ ଉତମ ସ୍ୱାସ୍ଥ୍ୟ ସେବାର ଉତ୍କର୍ଷ କେନ୍ଦ୍ର, SOA
ପୁଣି କ୍ୟାମ୍ପସରେ ହଇଚଇ, 25ରୁ ଆରମ୍ଭ ଛାତ୍ର ସଂସଦ ନିର୍ବାଚନ
ଏହି ନିବେଶ କରିବାରେ ସର୍ବପ୍ରଥମ ଓଡିଶା