The Topmost

“The eyes believe themselves, the ears believe other people.”

ମାତ୍ର ୯ ଦିନରେ ୧୦୦ କୋଟି ପାର

ବକ୍ସ ଅଫିସରେ ସେଞ୍ଚୁରୀ ଟପିଲା ‘ଦି କେରଳ ଷ୍ଟୋରୀ’ ଆୟ । ମାତ୍ର ୯ ଦିନରେ ୧୦୦ କୋଟି ପାର କରିଛି ଏହାର ଆୟ । ପୁରା ସପ୍ତାହରେ ଜବରଦସ୍ତ ଆୟ କରିଥିବା ଏହି ମୁଭି ଶନିବାର ଚମକାଇଲା ଭଳି ଆୟ କରିଛି । ଏହା ସହ ‘କେରଳ ଷ୍ଟୋରୀ’ ବହୁତ ବଡ ରେକର୍ଡ ବି ସୃଷ୍ଟି କରିଛି । ଏହି ମୁଭି ଲଗାତାର ବିବାଦ ଓ ଚର୍ଚ୍ଚାକୁ ଆସିବା ପରେ ଏହା ଲୋକପ୍ରିୟତା ଦେଖିବାର କଥା । ବିବାଦ ଲାଗିଥିଲେ ବି ଫିଲ୍ମଟିକୁ ଦେଖିବାକୁ ହଲରେ ଦର୍ଶକଙ୍କ ନାହିଁନଥିବା ଭିଡ । ‘ଦି କେରଳ ଷ୍ଟୋରୀ’ ‘ଦି କାଶ୍ମୀର ଫାଇଲ୍ସ ରେକର୍ଡ କରିଛି । ଗତ ୩ ଦିନ ଭିତରେ ବ୍ଳକବଷ୍ଟର ଭାବେ ଘୋଷିତ ହୋଇସାରିଛି । ଶୁକ୍ରବାର ଫିଲ୍ମ ୧୨. ୨୩ କୋଟି ଆୟ କରିଥିବାବେଳେ ନବମ ଦିନରେ ୧୯.୫୦ କୋଟି ଆୟ କରିଛି । ଆସନ୍ତା ସପ୍ତାହରେ ମଧ୍ୟ ଫିଲ୍ମଟି ଜବରଦସ୍ତ ଆୟ କରିବ ବୋଲି ଆଶା କରାଯାଉଛି । ୯ ଦିନରେ ‘ଦି କେରଳ ଷ୍ଟୋରୀ’ ମୋଟ ୧୧୩ କୋଟି ଆୟ କରିଥିବା ଜଣାପଡିଛି ।