ତିନିଦିନ ଧରି ପାଳନ ହୋଇଥାଏ ରଜ ପର୍ବର । ରଜ ପର୍ବର ୨ୟ ଦିନକୁ ରଜ ସଂକ୍ରାନ୍ତି କୁହାଯାଏ । ଘରେ ଘରେ ପିଠା ପଣାର ମହକ । ଝିଅ ମାନେ ଦୋଳି ଖେଳି, ପିଠା ପଣା , ପାନ ଖାଇ ମଉଜ କରିଥାନ୍ତି । ବନ୍ଧୁ, ପରିଜନଙ୍କ ସହ ଘରେ ରହି ପିଠା ପଣା ଖାଇବା ସହ ଦୋଳି ଲୁଡୁ ଏବଂ ତାସ ଖେଳି ପରିବାର ସହିତ ରଜ ପାଳିଥାନ୍ତି ରାଜ୍ୟବାସୀ। ରଜ ଅବସରରେ ରାଜ୍ୟର ବିଭିନ୍ନ ପର୍ଯ୍ୟଟନ ସ୍ଥଳୀ ମାନଙ୍କରେ ମଧ୍ୟ ବେଶ ଭିଡ ପରିଲିକ୍ଷିତ ହୋଇଥାଏ । ଅନ୍ୟପଟେ ରଜ ସଂକ୍ରାନ୍ତିରୁ ଆଷାଢ ମାସ ଆରମ୍ଭ ହୋଇଥାଏ । ଚଳିତ ବର୍ଷ ଭଲ ବର୍ଷା ହେଲେ ଭଲ ଫସଲ ଦୁଇ ମୁଠା ଫଳାଇବା ନେଇ ଚାଷୀ ମନରେ ଆଶା ବାନ୍ଧିଥାଏ । ବର୍ଷକରେ ଥରେ ଆସୁଥିବା ଏହି କୃଷିଭିତ୍ତିକ ପର୍ବକୁ ଗ୍ରାମାଞ୍ଚଳଠାରୁ ଆରମ୍ଭ କରି ସହରାଞ୍ଚଳ ପର୍ଯ୍ୟନ୍ତ ପ୍ରତିଟି ଓଡିଆ ପରିବାର ବେଶ୍ ଧୁମ୍ଧାମରେ ପାଳନ କରିଥାନ୍ତି । କୃଷି ଓଡିଶାର ମୁଖ୍ୟ ଜୀବିକା ହୋଇଥିବାରୁ ମାଟି ମାଆକୁ ବିଶ୍ରାମ ଦେବା ଏହି ପର୍ବ ପାଳନର ମୁଖ୍ୟ ଉଦ୍ଦେଶ୍ୟ । ଘରେ ଘରେ ଆନନ୍ଦ ଉତ୍ସାହରେ ପାଳିଥାନ୍ତି ଏହି ପର୍ବ । ଓଡିଆ ଘରର ପ୍ରତି ଝିଅ ଚାତକ ଭଳି ଅପେକ୍ଷା କରିଥାନ୍ତି ଏହି ପର୍ବକୁ । ଓଡିଶା ସଂସ୍କୃତିକୁ ବଜାୟ ରଖିବା ପାଇଁ ଭଳିକି ଭଳି ଶାଢୀ ଓ ପାରମ୍ପରିକ ପୋଷାକରେ ନିଜକୁ ସଜାଇଥାନ୍ତି ଯୁବତୀମାନେ । ଏହି ପର୍ବରେ ଝିଅଙ୍କୁ ଘରର କାମ କରିବା ପାଇଁ ପଡିନଥାଏ । ରଜ ପାନ ଆଉ ରଜ ଗୀତରେ ଉଛୁଳିପଡେ ଗାଁ ଗଣ୍ଡା ।
“The eyes believe themselves, the ears believe other people.”
More Stories
କିଟ୍ ଛାତ୍ରୀ ଆତ୍ମହତ୍ୟା ମାମଲା, ବଡ ଅଡୁଆକୁ ଛୋଟ ସମାଧାନ
୧.୯୩ ଲକ୍ଷ ପରୀକ୍ଷାର୍ଥୀଙ୍କର ଆରମ୍ଭ ହେଲା ଯୁକ୍ତ୨ ପରୀକ୍ଷା
ଲଭ୍, ସେକ୍ସ ଓ ଧୋକା କେସରେ କିଟ୍ ଛାତ୍ରୀଙ୍କ ଆତ୍ମହତ୍ୟା