The Topmost

“The eyes believe themselves, the ears believe other people.”

ମାଟିରେ ମିଶିବ ୬୭୮ଟି ଘର

ଅସ୍ତିତ୍ବ ହରାଇବ ଉତ୍ତରାଖଣ୍ଡର ଯୋଶୀମଠ । ମାଟିରେ ମିଶିବ ୬୭୮ଟି ଘର । ଆଜିଠୁ ଘର ଭାଙ୍ଗିବା ଆରମ୍ଭ କରିବ ପ୍ରଶାସନ । ଲାଲ ଛକି ମାରି ଘର ଚିହ୍ନଟ କରାଯାଇଛି । ଫାଟ ବଢୁଥିବା ବେଳେ ଘର ଛାଡ଼ି ଅନ୍ୟତ୍ର ଯାଉଛନ୍ତି ଲୋକେ । ଗତକାଲି ହୋଟେଲ ଭଙ୍ଗାଯାଇଥିବାବେଳେ ଆଜିଠୁ ଘର ଭଙ୍ଗାଯିବ । ତେବେ ବିନା ନୋଟିସରେ ଘର ଭଙ୍ଗାଯାଉଥିବା ଅଭିଯୋଗ ହୋଇଛି । ଯୋଶୀମଠରେ ୮ଟି ଏସଡିଆରଏଫ ଓ ଏନଡିଆରଏଫ ଟିମ୍ ମୁତୟନ ହୋଇଛନ୍ତି । ଯୋଶୀମଠ ତଳେ ଯାଇଛି ଏନଟିପିସିର ଟନେଲ । ବଡ଼ ବଡ଼ ମେସିନ ଲଗାଯାଇ ପାହାଡ଼ରେ ଫାଟ ସୃଷ୍ଟି କରାଯାଇଛି । ଏଥିପାଇଁ ପୂରା ଅଞ୍ଚଳରେ ଫାଟ ହୋଇଥିବା ଲୋକ କହିଛନ୍ତି । କିଛି ଅଞ୍ଚଳରେ ଲୋକେ ଏନଟିପିସି ବିରୋଧରେ ବିକ୍ଷୋଭ କରିଛନ୍ତି । ସେପଟେ ସ୍ଥିତି ଉପରେ ନଜର ରଖିଛି ପିଏମଓ । ଲୋକଙ୍କୁ ସ୍ଥାୟୀତ୍ବ ଓ ସୁରକ୍ଷିତ ଉଦ୍ଧାର ଉପରେ ଗୁରୁତ୍ବ ଦିଆଯାଉଛି ।

SHARE BY