ହିମାଚଳ ପ୍ରଦେଶରେ ବାଦଲଫଟା ବର୍ଷା ସାଙ୍ଗକୁ ଭୂସ୍ଖଳନ ଯୋଗୁ ସାଂଘାତିକ ସ୍ଥିତି । ଭୂସ୍ଖଳନ ଯୋଗୁ ଶିମଲାର ଏକ ଶିବ ମନ୍ଦିର ଧସି ୯ ଜଣଙ୍କ ମୃତ୍ୟୁ ହୋଇଛି । ଆହୁରି ୨୦ରୁ ୨୫ଜଣ ଫସିରହିଥିବା ଆଶଙ୍କା କରାଯାଉଛି । ଅନ୍ୟମାନଙ୍କୁ ଉଦ୍ଧାର କରିବା ପାଇଁ NDRF ଓ SDRF ପକ୍ଷରୁ ରେସ୍କ୍ୟୁ ଅପରେସନ ଚାଲିଛି । ସେହିପରି ସୋଲାନ ଜିଲ୍ଲାରେ ଅବିଶ୍ରାନ୍ତ ବର୍ଷା ସାଙ୍ଗକୁ ଲ୍ୟାଣ୍ଡସ୍ଲାଇଡ ଯୋଗୁ ୭ ଜଣଙ୍କ ମୃତ୍ୟୁ ହୋଇଛି । ଫସିରହିଥିବା ଅନ୍ୟ ୬ ଜଣଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଛି । ଗତକାଲି ରାତିରେ ହୋଇଥିବା ବର୍ଷା ଯୋଗୁ ସାରା ରାଜ୍ୟରେ ସ୍ଥିତି ଅସମ୍ଭାଳ ହୋଇପଡ଼ିଛି । ପ୍ରବଳ ବର୍ଷା ପରେ ସବୁ ନଦୀରେ ଜଳସ୍ତର ବୃଦ୍ଧି ଯୋଗୁ ତଳିଆ ଅଞ୍ଚଳଗୁଡ଼ିକ ଅତ୍ୟଧିକ ପ୍ରଭାବିତ ହୋଇଛି । ଭୂସ୍ଖଳନ ଯୋଗୁ ରାଜ୍ୟର ୬୨୧ ରାସ୍ତାରେ ଯାତାୟାତ ବାଧାପ୍ରାପ୍ତ ହୋଇଛି ।
“The eyes believe themselves, the ears believe other people.”
More Stories
ୱେଟ୍ ଲସ୍ ଜର୍ଣ୍ଣିରେ ସକାଳ ଜଳଖିଆ କଣ ଖାଇବେ
ସବୁ ପାକିସ୍ତାନୀଙ୍କ ଭିସା ରଦ୍ଦ କଲେ ସରକାର
ପାକିସ୍ତାନୀ ଏକ୍ସ ଆକାଉଣ୍ଟକୁ ବ୍ଲକ୍ କଲା ଭାରତ