ନିର୍ବାଚନ ବେଳେ ମାଗଣା ଯୋଜନା ପ୍ରଚାର ଏବଂ ପ୍ରତିଶ୍ରୁତି ଗୁରୁତର ଆର୍ଥିକ ପ୍ରସଙ୍ଗ । ସୁପ୍ରିମକୋର୍ଟ ଶୁଣାଣି ବେଳେ ଏପରି କହିବା ସହ ଉଦବେଗ ପ୍ରକାଶ କରିଛନ୍ତି । ମାଗଣା ଯୋଜନା ଲାଗୁ ହେବା ଦ୍ୱାରା ଅର୍ଥନୀତି କ୍ଷତି ହେଉଛି । ଏହି ସମସ୍ୟାର ମୁକାବିଲା ପାଇଁ ଏକ ବିଶେଷଜ୍ଞ କମିଟି ଗଠନ ପାଇଁ କୋର୍ଟ ପରାମର୍ଶ ଦେଇଛନ୍ତି । ଏହି କମିଟିରେ ଅର୍ଥ ଆୟୋଗ, ନୀତି ଆୟୋଗ, ରିଜର୍ଭ ବ୍ୟାଙ୍କ, ଶାସକ ଏବଂ ବିରୋଧୀ ଦଳର ନେତା ସମେତ ଅନ୍ୟ ଦଳର ପ୍ରତିନିଧି ରହିବେ । ୭ ଦିନ ଭିତରେ ମତ ରଖିବାକୁ ଆବେଦନକାରୀ, ବରିଷ୍ଠ ଓକିଲ କପିଲ ଶିବଲ, ରାଜନେତାଙ୍କୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ । ତେବେ ମାମଲାର ପରବର୍ତ୍ତୀ ଶୁଣାଣି ଅଗଷ୍ଟ ୧୧ରେ ହେବ ।
“The eyes believe themselves, the ears believe other people.”
More Stories
ଖୋଲିଲା ବିପୁଳ ନିଯୁକ୍ତି ସୁଯୋଗ
ପେନସନ୍ ଭୋଗୀଙ୍କ ପାଇଁ ଆସିଲା ବଡ ଖବର
ମହାକୁମ୍ଭରେ ଭିଡପାଇଁ 30 ମୃତ, 60 ଆହତ