ଧନୀ ରାଷ୍ଟ୍ର ଭାବେ ଜଣାଶୁଣା ବିଟ୍ରେନରେ ଏବେ ଖାଦ୍ୟ ସଙ୍କଟ । ମୁଦ୍ରାସ୍ଫୀତି ବୃଦ୍ଧିର ପ୍ରଭାବ ସିଧାସାଧାରଣ ଲୋକଙ୍କ ପକେଟକୁ ମାଡ କରିଛି । ସ୍ଥିତି ଏଭଳି ହୋଇଛି, ସାଧାରଣ ଲୋକଙ୍କ ସହ ଅନେକ ସରକାରୀ ଚାକିରିଆ ଏବେ ଫୁଡ ବ୍ୟାଙ୍କ ଉପରେ ନିର୍ଭର କରୁଛନ୍ତି । ବିଟ୍ରେନରେ ମୁଦ୍ରାସ୍ଫୀତି ବୃଦ୍ଧି ହେତୁ ପରିସ୍ଥିତି ଏପରି ହୋଇଛି, ବର୍ତମାନ ସାଧାରଣ ଲୋକଙ୍କ ସହ ଶିକ୍ଷକ, ସ୍ୱାସ୍ଥ୍ୟକର୍ମୀ, ଏପରିକି ପେନସନ ଭୋଗୀଙ୍କୁ ମଧ୍ୟ ଫୁଡ୍ ବ୍ୟାଙ୍କ ଉପରେ ନିର୍ଭର କରିବାକୁ ପଡୁଛି । ସୂଚନା ଅନୁସାରେ ୨୦୨୨ ଓ ୨୦୨୩ରେ ଲୋକମାନେ ଫୁଡବ୍ୟାଙ୍କ ଉପରେ ସବୁଠୁ ଅଧିକ ନିର୍ଭରଶୀଳ ହେଉଛନ୍ତି । ବିଟ୍ରେନ ସରକାରଙ୍କ ଦ୍ୱାରା ଗରିବ ଲୋକଙ୍କ ପାଇଁ ପ୍ରାୟ ୧୫୪ ଫୁଡ୍ ବ୍ୟାଙ୍କର ବ୍ୟବସ୍ଥା ରହିଛି । ଏହା ଲୋକଙ୍କୁ ମାଗଣା ଭୋଜନ ଦେଇଥାଏ ।
More Stories
ଘରେ ବୟସ୍କ ମାନଙ୍କର କେମିତି ନେବେ ଯତ୍ନ
କେମିତି ଜାଣିବେ ପେଟ୍ରୋଲ୍ ଡିଜେଲ ଭର୍ତ୍ତିରେ କେତେ ହେଉଛି ଠକେଇ
ଡେଲିଭରି ବୟଙ୍କୁ ପୋଲିସଙ୍କ ଅତ୍ୟାଚାର, ଦେଖିଲେ ଛାତି ଥରି ଉଠିବ