ବାହୁଡା ଯାତ୍ରାରେ ମାଉସୀ ମା’ଙ୍କ ପୋଡ ପିଠା ଖାଇଥାନ୍ତି ମହାପ୍ରଭୁ । ଏନେଇ ବଳଗଣ୍ଡି ଛକ ନିକଟରେ ଥିବା ମା’ ଅର୍ଧେଶୋଷଣୀ ମାଉସୀ ମା’ଙ୍କ ମନ୍ଦିରରେ ଚାଲିଛି ପୋଡ ପିଠା ପ୍ରସ୍ତୁତି । ରଥ ବାହୁଡିକି ଯାଉଥିବା ବେଳେ ପୋଡ ପିଠାକୁ ମାଉସମାଙ୍କ ପୂଜକ ପୂଜାପଣ୍ଡା ସାଆନ୍ତଙ୍କୁ ଦେବା ପରେ ଭୋଗ କରାଯାଇଥାଏ । ସେଇଥିପାଇଁ ସ୍ୱତନ୍ତ୍ର ଭାବେ ପୋଡ ପିଠା ତିଆରି ଚାଲିଛି । କାଳିଆ ଠାକୁରଙ୍କ ନବଦିନାତ୍ମକ ରଥଯାତ୍ରା ଅବସରରେ ବାହୁଡାରେ ତିନି ଠାକୁର ରଥ ଉପରେ ପୋଡପିଠା ଭୋଗ କରିବାର ପରମ୍ପରା ରହିଛି ।
More Stories
କଳସ ଉପରେ କାହିଁକି ଦିଆଯାଏ ଆମ୍ବଡାଳ
କାର୍ତ୍ତିକ ବ୍ରତର ନିୟମ ବିଧି ଅନୁସାରେ କାହିଁକି ପାଳନ କରାଯାଏ
କାହିଁକି ହୁଏ ମହା ନବମୀ ଓ ଦଶହରା