ମାଇକ୍ରୋସଫ୍ଟରେ ଆଜିଠାରୁ ମେଗା ଛଟେଇ ଆରମ୍ଭ । ବିଶ୍ବ କମ୍ପ୍ୟୁଟର ଶିଳ୍ପର ପ୍ରମୁଖ କମ୍ପାନୀରେ ଛଟେଇ ପ୍ରକ୍ରିୟା ପ୍ରାଥମିକ ଭାବେ ଇଞ୍ଜିନିୟରିଂ ଡିଭିଜନରେ ଆରମ୍ଭ ହେବ । ମାଇକ୍ରୋସଫ୍ଟରେ ୨ ଲକ୍ଷ ୨୦ ହଜାର କର୍ମଚାରୀ କାର୍ଯ୍ୟ କରୁଛନ୍ତି । ଗତବର୍ଷ ଦୁଇଥର କମ୍ପାନୀ ଛଟେଇ କରିଥିବା ବେଳେ ଚଳିତ ବର୍ଷ ଏହି ପ୍ରକ୍ରିୟା ପୁଣି ଆରମ୍ଭ ହେବ । ମାଇକ୍ରୋସଫ୍ଟର ବିଭିନ୍ନ ସ୍ତରରେ ୫ରୁ ୧୦ ପ୍ରତିଶତ କର୍ମଚାରୀ ଛଟେଇ ହେବା ଆଶଙ୍କା ରହିଛି । ବିଶ୍ବ ଅର୍ଥନୈତିକ ମାନ୍ଦାବସ୍ଥା ଓ ବିଜ୍ଞାପନଦାତାଙ୍କ ବଜେଟ ହ୍ରାସ ପ୍ରଭାବରେ କେବଳ ମାଇକ୍ରୋସଫ୍ଟ ନୁହେଁ, ଅନ୍ୟାନ୍ୟ କମ୍ପାନୀ ବି କର୍ମଚାରୀ ଛଟେଇ ପ୍ରକ୍ରିୟା ଜାରି ରଖିଛନ୍ତି । ସେପଟେ ଆମାଜନରେ ବି ଆରମ୍ଭ ହୋଇଛି ଛଟେଇ ପ୍ରକ୍ରିୟା । ବିଶ୍ବରେ ମୋଟ ୧୮ ହଜାର କର୍ମଚାରୀଙ୍କୁ ଆମାଜନ ଛଟେଇ କରିବା ପ୍ରକ୍ରିୟା ଜାରି ରଖିଥିବାବେଳେ ଭାରତରେ 1 ପ୍ରତିଶତ କର୍ମଚାରୀଙ୍କୁ ଛଟେଇ କରିଛି । ଏହି ପ୍ରକ୍ରିୟାରେ ଆମାଜାନରୁ ବିଦା ହୋଇଛନ୍ତି 1 ହଜାର କର୍ମଚାରୀ । ତେବେ ଛଟେଇ ହୋଇଥିବା କର୍ମଚାରୀଙ୍କୁ କମ୍ପାନୀ 5 ମାସର ଦରମା ଦେଇଛି ।
“The eyes believe themselves, the ears believe other people.”
More Stories
ଜାଣନ୍ତୁ କଣ ଏହି ଲକ୍ଷପତି ଦିଦି ସହାୟିକା ଯୋଜନା, କିଏ ପାଇବେ ସାହାଯ୍ୟ
କୌଣସି ଯନ୍ତ୍ର ବିନା ନିଜେ ମାପନ୍ତୁ ସୁନାର ସୁଦ୍ଧତା
cyber security, ଓଡିଆ ଝିଅ ପ୍ରାଚୀ ମହାପାତ୍ରଙ୍କ କମାଲ