The Topmost

“The eyes believe themselves, the ears believe other people.”

ମହୁଆ ମୈତ୍ରାଙ୍କ ବଢୁଛି ଅଡୁଆ

ପ୍ରଶ୍ନ ପାଇଁ ଲାଞ୍ଚ ମାମଲାରେ ଟିଏମସି ସାଂସଦ ମହୁଆ ମୈତ୍ରାଙ୍କର ବଢୁଛି ଅଡୁଆ । ତାଙ୍କ ସଂସଦ ସଦସ୍ୟତା ପଦ ରଦ୍ଦ କରିବା ପାଇଁ ଲୋକସଭା ସଦାଚାର କମିଟି ସୁପାରିଶ କରିଛନ୍ତି । ଏ ସଂକ୍ରାନ୍ତରେ ଅଭିଯୋଗର ତଦନ୍ତ ଏବଂ ଜେରା ପ୍ରକ୍ରିୟା ପରେ ସଦାଚାର କମିଟି ୫ଶହ ପୃଷ୍ଠାର ବିସ୍ତୃତ ରିପୋର୍ଟ ପ୍ରସ୍ତୁତ କରିଛନ୍ତି । ଏଥିରେ ମହୁଆଙ୍କ କାର୍ଯ୍ୟକୁ ଘୋର ଆପତ୍ତିଜନକ, ଅନୈତିକ ଓ ଅପରାଧିକ ବୋଲି ବର୍ଣ୍ଣନା କରାଯିବା ସହ ତାଙ୍କ ସଦସ୍ୟତା ରଦ୍ଦ କରାଯିବା ଉଚିତ ବୋଲି କହିଛନ୍ତି । ସଦାଚାର କମିଟିର ଏହି ପଦକ୍ଷେପ ମହୁଆଙ୍କ ପାଇଁ ଅଡୁଆ ବଢାଇ ଦେଇଛି । ଅନ୍ୟପଟେ ମାମଲାରେ ଦୁର୍ନୀତି ନିବାରଣ ପ୍ୟାନେଲ ଏହି ମାମଲାରେ ଏବେ ସିବିଆଇ ତଦନ୍ତ କରିବାକୁ ନିର୍ଦ୍ଦେଶ ଦେଇଛି । ବିଜେପି ସାଂସଦ ନିଶିକାନ୍ତ ଦୁବେ ଏହି ଦାବି କରିଛନ୍ତି । ସେ ସୋସିଆଲ ମିଡିଆରେ ଏନେଇ ଏକ ପୋଷ୍ଟ କରି ସୂଚନା ଦେଇଛନ୍ତି ।