ରାଜ୍ୟରେ ଆଇନଶୃଙ୍ଖଳା ପରିସ୍ଥିତି ଶାନ୍ତିପୂର୍ଣ୍ଣ ରହିଛି । କମିଛି ମାଓବାଦୀ କାର୍ଯ୍ୟକଳାପ । ମହିଳା ହିଂସା ଓ ଶିଶୁ ନିର୍ଯାତନା ହ୍ରାସ ପାଇଛି । ରାଜ୍ୟ ସ୍ବରାଷ୍ଟ୍ର ବିଭାଗ ପକ୍ଷରୁ ପ୍ରକାଶିତ ଶ୍ବେତପତ୍ରରେ ସରକାର ଏହି ତଥ୍ୟ ରଖିଛନ୍ତି । ଆଜି ବିଧାନସଭାରେ ସ୍ବରାଷ୍ଟ୍ର ବିଭାଗର ଖର୍ଚ୍ଚଦାବି ଆଗତ କରାଯିବ । ୨୦୨୩-୨୪ ଆର୍ଥିକ ବର୍ଷ ପାଇଁ ୭ ହଜାର ୧୦୩ କୋଟି ୧୪ ଲକ୍ଷ ୪୧ ହଜାର ଟଙ୍କାର ଖର୍ଚ୍ଚଦାବି ଆଗତ କରିବେ ଗୃହମନ୍ତ୍ରୀ । ଯେହେତୁ ଗୃହ ବିଭାଗର ଖର୍ଚ୍ଚଦାବିରେ ବିଧାନସଭାର ବହୁ ସଦସ୍ୟ ଭାଗ ନିଅନ୍ତି ଏଥିପାଇଁ ଆଜି ମୁଲତବି ପ୍ରସ୍ତାବ ଆଲୋଚନା ପାଇଁ ରଖାଯାଇନାହିଁ । ସେହିପରି ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗର ଖର୍ଚ୍ଚଦାବି ମଧ୍ୟ ଆଗତ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।
“The eyes believe themselves, the ears believe other people.”
More Stories
ରାଜ୍ୟରେ ପୁଣି ଲଜ୍ଜା, ଗଣ ଦୁଷ୍କର୍ମ ସହ ହତ୍ୟା ଆରୋପ
ଏଥର ଏସସିବିରେ ଉପଲବ୍ଧ ଏମ୍ଏନ୍ସିୟୁ ସୁବିଧା, ମା ସହ ଚିକିତ୍ସା ପାଇବେ ଶିଶୁ
ଓଡ଼ିଶାରେ ସୃଷ୍ଟି ହେଲେ ୧୦ ଲକ୍ଷରୁ ଅଧିକ ଲକ୍ଷପତି ଦିଦି