ରାଜ୍ୟରେ ଆଇନଶୃଙ୍ଖଳା ପରିସ୍ଥିତି ଶାନ୍ତିପୂର୍ଣ୍ଣ ରହିଛି । କମିଛି ମାଓବାଦୀ କାର୍ଯ୍ୟକଳାପ । ମହିଳା ହିଂସା ଓ ଶିଶୁ ନିର୍ଯାତନା ହ୍ରାସ ପାଇଛି । ରାଜ୍ୟ ସ୍ବରାଷ୍ଟ୍ର ବିଭାଗ ପକ୍ଷରୁ ପ୍ରକାଶିତ ଶ୍ବେତପତ୍ରରେ ସରକାର ଏହି ତଥ୍ୟ ରଖିଛନ୍ତି । ଆଜି ବିଧାନସଭାରେ ସ୍ବରାଷ୍ଟ୍ର ବିଭାଗର ଖର୍ଚ୍ଚଦାବି ଆଗତ କରାଯିବ । ୨୦୨୩-୨୪ ଆର୍ଥିକ ବର୍ଷ ପାଇଁ ୭ ହଜାର ୧୦୩ କୋଟି ୧୪ ଲକ୍ଷ ୪୧ ହଜାର ଟଙ୍କାର ଖର୍ଚ୍ଚଦାବି ଆଗତ କରିବେ ଗୃହମନ୍ତ୍ରୀ । ଯେହେତୁ ଗୃହ ବିଭାଗର ଖର୍ଚ୍ଚଦାବିରେ ବିଧାନସଭାର ବହୁ ସଦସ୍ୟ ଭାଗ ନିଅନ୍ତି ଏଥିପାଇଁ ଆଜି ମୁଲତବି ପ୍ରସ୍ତାବ ଆଲୋଚନା ପାଇଁ ରଖାଯାଇନାହିଁ । ସେହିପରି ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗର ଖର୍ଚ୍ଚଦାବି ମଧ୍ୟ ଆଗତ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।
More Stories
ଡାକ୍ତରଙ୍କ ମନମୁଖି ଓପିଡି ବନ୍ଦ ଘୋଷଣା
ନବଜାତକଙ୍କ ପାଇଁ ସରକାରୀ ଟୀକା କେତେ ଜରୁରୀ
CSM Synapse 4.0 ରେ ଜିତିଲେ କିଟ୍ ଇଣ୍ଟରନ୍ୟାସନାଲ୍ ସ୍କୁଲ୍