ଏନସିଆରବିର ରିପୋର୍ଟରୁ ସାଙ୍ଘାତିକ ତଥ୍ୟ ପ୍ରକାଶ । ଓଡ଼ିଶାରେ ବୃଦ୍ଧି ପାଇଛି ମହିଳାଙ୍କ ବିରୋଧରେ ଅପରାଧ । ରିପୋର୍ଟ ଅନୁସାରେ ୨୦୨୧ରେ ରାଜ୍ୟରେ ମହିଳାଙ୍କ ବିରୋଧରେ ଅପରାଧ ୨୩ ପ୍ରତିଶତ ବଢ଼ିଛି । ଯେଉଁଥିରେ ନିର୍ଯାତନା ଓ ସାଇବର ଅପରାଧ ଆଦି ସାମିଲ ରହିଛି । ତେବେ ଉକ୍ତ ବର୍ଷ ରାଜ୍ୟରେ ଦୁଷ୍କର୍ମ ଓ ଅପହରଣରେ ବଡ଼ ବୃଦ୍ଧି ଘଟିଛି । ମହିଳା ଅପରାଧ ହାର ଦୃଷ୍ଟିରୁ ଓଡ଼ିଶା ଦେଶରେ ତୃତୀୟ ସ୍ଥାନରେ ରହିଛି । ରାଜ୍ୟରେ ମହିଳା ଜନସଂଖ୍ୟା ପ୍ରତି ୧ଲକ୍ଷରେ ୧୩୭.୮କୁ ପ୍ରତିଶତ ଅପରାଧ ବୃଦ୍ଧି ପାଇଛି । ଯାହାକି ଗତବର୍ଷ ତୁଳନାରେ ୨୩ ପ୍ରତିଶତ ଅଧିକ । ୨୦୨୦ରେ ଓଡ଼ିଶାରେ ଅପରାଧ ହାର ୧୧୨.୦୯ ପ୍ରତିଶତ ଥିଲା । ୨୦୨୧ରେ ଅପରାଧ ମାମଲାରେ ଦିଲ୍ଲୀରେ ଆସାମରେ ସର୍ବାଧିକ ୧୬୮.୭ ଓ ଦିଲ୍ଲୀରେ ୧୪୭.୬ ପ୍ରତିଶତ ରହିଛି ।
More Stories
ଡାକ୍ତରଙ୍କ ମନମୁଖି ଓପିଡି ବନ୍ଦ ଘୋଷଣା
ନବଜାତକଙ୍କ ପାଇଁ ସରକାରୀ ଟୀକା କେତେ ଜରୁରୀ
CSM Synapse 4.0 ରେ ଜିତିଲେ କିଟ୍ ଇଣ୍ଟରନ୍ୟାସନାଲ୍ ସ୍କୁଲ୍