ଆଇପିଏଲ୍ ଢାଞ୍ଚାରେ ଆରମ୍ଭ ହେବାକୁ ଯାଉଥିବା ମହିଳା ପ୍ରିମିୟର ଲିଗର ପ୍ରଥମ ସିଜିନ୍ ପାଇଁ ଖେଳାଳି ନିଲାମ । ମୁମ୍ବାଇର ତାରକା ହୋଟେଲରେ ଏହି ନିଲାମ ପ୍ରକ୍ରିୟା ଚାଲିଛି । ତେବେ ବର୍ତମାନ ସୁଦ୍ଧା ହୋଇଥିବା ନିଲାମ ମୁତାବକ ଟିମ୍ ଇଣ୍ଡିଆର ଦୁଇ ଷ୍ଟାର ଖେଳାଳି ଦୁଇଟି ଭିନ୍ନ ଭିନ୍ନ ଦଳରେ ସାମିଲ ହୋଇଛନ୍ତି । ମହିଳା କ୍ରିକେଟ୍ ଟିମର କ୍ୟାପଟେନ୍ ହରମନପ୍ରୀତ କୌରଙ୍କୁ ମୁମ୍ବାଇ ଇଣ୍ଡିଆନ୍ସ କିଣିଥିବାବେଳେ, ଓପନର ସ୍ମୃତି ମାନ୍ଧାନା ବାଙ୍ଗାଲୋର ଦଳ ପକ୍ଷରୁ ମହିଳା ପ୍ରିମିୟର ଲିଗ୍ ଖେଳିବେ । ହରମନପ୍ରୀତ କୌରଙ୍କୁ ମୁମ୍ବାଇ ଇଣ୍ଡିଆନ୍ସ ୧.୮୦ କୋଟି ଟଙ୍କାରେ କିଣିଛି । ସେହିପରି ସ୍ମୃତି ମାନ୍ଧାନାଙ୍କୁ ରୟାଲ ଚାଲେଞ୍ଜର୍ସ ବାଙ୍ଗାଲୋର ୩.୪୦ କୋଟି ଟଙ୍କାରେ କିଣିଛି । ଦୁଇ ଜଣ ଯାକ ଖେଳାଳିଙ୍କର ବେସ୍ ପ୍ରାଇସ୍ ୫୦ ଲକ୍ଷ ଥିଲା । ଦୁଇ ଖେଳାଳିଙ୍କୁ କିଣିବା ପାଇଁ ଫ୍ରାଞ୍ଚାଇଜ୍ ମାନେ ଆଗ୍ରହ ପ୍ରକାଶ କରିଥିଲେ । ହେଲେ ଶେଷରେ ଏହି ଦୁଇ ଟିମ୍ ବାଜି ମାରିନେଇଛନ୍ତି ।
“The eyes believe themselves, the ears believe other people.”
More Stories
ଛାନିଆ ହେଲେଣି ପାକିସ୍ତାନୀ ଖେଳାଳୀ, ଭାରତ ଆସିବାକୁ ମନା କଲେ ନଦୀମ
ଶ୍ରଦ୍ଧାଞ୍ଜଳି ଦେଲେ କ୍ରିକେଟର୍
କ୍ରିକେଟର୍ ହେବାକୁ ହେଲେ କରିବାକୁ ପଡିବ ତ୍ୟାଗ