ବଲିଉଡ୍ ହିରୋଇନ ରାଧିକା ମଦାନଙ୍କୁ ନାରୀକୈନ୍ଦ୍ରିକ ଫିଲ୍ମରେ ନଜର ଆସିବେ । ଫିଲ୍ମର ନାମ ରହିଛି ‘ସନା’ । ଏଥିରେ ସେ ଲିଡ୍ ରୋଲ୍ରେ ଅଭିନୟ କରିବେ । ଏହି ଫିଲ୍ମକୁ ଜାତୀୟ ପୁରସ୍କାରପ୍ରାପ୍ତ ତଥା ନିର୍ମାତା ସୁଧାଂଶୁ ସରିଆ ନିର୍ମାଣ କରୁଛନ୍ତି । ତେବେ ଅଭିନେତ୍ରୀ ରାଧିକା ଏହି ଫିଲ୍ମରେ କାମ କରିବାକୁ ନେଇ ବହୁତ ଉତ୍ସାହିତ ଥିବା ନଜର ଆସୁଛନ୍ତି ।

ରାଧିକାଙ୍କ କହିବା ଅନୁସାରେ, ଏହି ଫିଲ୍ମକୁ ନେଇ ସେ ବହୁତ ଖୁସି ଅଛନ୍ତି, କାରଣ ତାଙ୍କୁ ଏଥିରେ ମୁଖ୍ୟ ଭୂମିକାରେ ଅବତୀର୍ଣ୍ଣ ହେବା ପାଇଁ ସୁଯୋଗ ମିଳିଛି । ଏହାସହ ମନୋରଞ୍ଜନର ବିଭିନ୍ନ ବ୍ରାଣ୍ଡ ଥିବା ଏକ ନିଆରା ଚରିତ୍ର ବୋଲି ରାଧିକା କହିଛନ୍ତି, ଯାହାକୁ ଆଉ ସେ ଅପେକ୍ଷା କରିପାରିବେ ନାହିଁ । ସୂଚନା ଅନୁଯାୟୀ ଫିଲ୍ମର ପ୍ରି-ପ୍ରଡକ୍ସନ କାମ ସମ୍ପୂର୍ଣ୍ଣ ହୋଇଯାଇଥିବା ବେଳେ ଖୁବଶୀଘ୍ର ସୁଟିଂ ଆରମ୍ଭ ହେବାକୁ ଯାଉଛି । ସୁଧାଂଶୁ ଫିଲ୍ମକୁ ନେଇ କହିଛନ୍ତି ଯେ ‘ଏହି ଫିଲ୍ମ ଆତ୍ମନୀରିକ୍ଷଣ, ସାମୟିକ ଏବଂ ଏହାର କେନ୍ଦ୍ରରେ ଏକ ଦମଦାର ଶୀର୍ଷକ ଚରିତ୍ର ସହ ପ୍ରଦର୍ଶିତ କରାଯିବ ।

ଏଥିସହ ‘ସନା’ ଫିଲ୍ମ ଆଜିର ମୁମ୍ବାଇରେ ସ୍ଥାପିତ ଏକ ମଜବୁତ ଏବଂ ମହତ୍ୱାକାଂକ୍ଷୀ ମହିଳାର ଯାତ୍ରା ଉପରେ ଆଧାରିତ ହୋଇଛି ।’ ଏହି ଫିଲ୍ମର କାହାଣୀକୁ ନିଜେ ସୁଧାଂଶୁ ସରିୟା ଲେଖିଛନ୍ତି ଏବଂ ସେ ହିଁ ଏହାର ନିର୍ଦ୍ଦେଶନା ଦେବେ । ନିକଟରେ ସୁଧାଂଶୁ ଜଙ୍ଗଲୀ ପିକଚର୍ସ ସହ ମହିଳା ଗୁପ୍ତଚର କାହାଣୀ ‘ଉଲଝ’ର ନିର୍ଦ୍ଦେଶନା ଦେବେ ବୋଲି ଘୋଷଣା କରିଥିଲେ ।
1 thought on “ମହିଳା ପ୍ରଧାନ ଫିଲ୍ମରେ ରାଧିକା”