ଭୁବନେଶ୍ଵର: ମାର୍ଚ୍ଚ୦୮: ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ଟ୍ଵିଟ୍ କରି ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ବିଭିନ୍ନ କ୍ଷେତ୍ରରେ ମହିଳାଙ୍କ ଅବଦାନକୁ ମୁଖ୍ୟମନ୍ତ୍ରୀ ପ୍ରଶଂସା କରିବା ସହିତ ଲେଖିଛନ୍ତି ଯେ, ନାରୀ ସଶକ୍ତିକରଣ ପାଇଁ ଓଡ଼ିଶା ସବୁବେଳେ ପଦକ୍ଷେପ ନେଇଛି। ଏହା ସହ ମହିଳାଙ୍କ ନେତୃତ୍ଵକୁ ସମ୍ମାନ ଦେବା ପାଇଁ ଆହ୍ଵାନ କରିଛନ୍ତି। ୧୯୭୫ରୁ ପ୍ରତି ବର୍ଷ ମାର୍ଚ୍ଚ ୮ତାରିଖରେ ଜାତିସଂଘ ଆନୁକୂଲ୍ୟରେ ପାଳନ କରାଯାଉଛି ଅନ୍ତର୍ଜାତୀୟ ମହିଳା ଦିବସ । ମହିଳାଙ୍କୁ ସମ୍ମାନ, ଲିଙ୍ଗଗତ ବୈଷମ୍ୟ ଦୂରୀକରଣ ତଥା ସେମାନଙ୍କ ରାଜନୀତିକ, ସାମାଜିକ ଏବଂ ଆର୍ଥିକ ବିକାଶ ପ୍ରତି ସ୍ୱତନ୍ତ୍ର ଧ୍ୟାନ ଦେବା ଏହି ଦିବସ ପାଳନର ମୁଖ୍ୟ ଲକ୍ଷ୍ୟ । ବାଇଗଣୀ ରିବନ ଅନ୍ତର୍ଜାତୀୟ ମହିଳା ଦିବସର ପ୍ରତୀକ ।
@thetopmost-01
More Stories
ମୋଦୀଙ୍କ ଜି-୭ ବୈଠକରେ ଉପସ୍ଥିତିକୁ ନେଇ ବିବାଦ
ବିଶ୍ବ ସ୍ତରରେ ଭାରତକୁ ପ୍ରତିନିଧିତ୍ବ କଲେ ମ୍ୟାଡାମ୍ ପ୍ରେସିଡେଣ୍ଟ
କେବେ ହେବ ଅସ୍ତ୍ର ବିରତି ଚୁକ୍ତି, ଟ୍ରମ୍ପଙ୍କ ଭବିଷ୍ୟବାଣୀ