The Topmost

“The eyes believe themselves, the ears believe other people.”

ମହିଳା କୁସ୍ତିଯୋଦ୍ଧାଙ୍କୁ ପ୍ରମାଣ ମାଗିଲା ଦିଲ୍ଲୀ ପୋଲିସ

ବ୍ରିଜଭୂଷଣଙ୍କ ବିରୋଧରେ ଅଭିଯୋଗକାରୀ ମହିଳା କୁସ୍ତିଯୋଦ୍ଧାଙ୍କୁ ପ୍ରମାଣ ମାଗିଲା ଦିଲ୍ଲୀ ପୋଲିସ । ସୂଚନା ଅନୁସାରେ, ଦିଲ୍ଲୀ ପୋଲିସ ତରଫରୁ ଅଭିଯୋଗକାରୀ ମହିଳା କୁସ୍ତିଯୋଦ୍ଧାଙ୍କୁ ବ୍ରିଜଭୂଷଣଙ୍କ ବିରୋଧରେ ପ୍ରମାଣ ମଗାଯାଇଛି । ମହିଳା କୁସ୍ତିଯୋଦ୍ଧାଙ୍କ ଠାରୁ ଦିଲ୍ଲୀ ପୋଲିସ ଫଟୋ, ଭିଡିଓ ଓ ହ୍ୱାଟସପ୍ ଚାଟ୍ ମାଗିଥିବା କୁହାଯାଇଛି । ଏହାସହ ପୋଲିସ ନିଜ ତରଫରୁ ମଧ୍ୟ ପ୍ରମାଣ ଯୋଗାଡ କରିବାକୁ ଚେଷ୍ଟା ଚଳାଇଛି । ଦିଲ୍ଲୀ ପୋଲିସ ତରଫରୁ ସିଆରପିସି ୯୧ ଆଧାରରେ ଏକ ନୋଟିସ ଜାରି କରିଛି । ଏଥିରେ ଯାଞ୍ଚ ଅଧିକାରୀଙ୍କୁ ଅଭିଯୋଗ ଉପରେ କୌଣସି ଡକ୍ୟୁମେଣ୍ଟ ମାଗିବାର ଅଧିକାର ରହିଛି । ସେପଟେ ଗତକାଲି ଅଭିଯୋଗକାରୀ ମହିଳା କୁସ୍ତିଯୋଦ୍ଧା ସାକ୍ଷୀ ମଲ୍ଲିକ ବ୍ରିଜ ଭୂଷଣଙ୍କ ବିରୋଧରେ ମଧ୍ୟ ଏକ ସଂଗୀନ ଅଭିଯୋଗ ଆଣିଛନ୍ତି । ସେ କହିଛନ୍ତି କି ବ୍ରିଜଭୂଷଣଙ୍କ ତରଫରୁ ଅତ୍ୟାଧିକ ଚାପ ପଡିବାରୁ ଅଭିଯୋଗକାରୀ ନାବାଳିକା ମହିଳା କୁସ୍ତିଯୋଦ୍ଧା ଜଣଙ୍କ ତାଙ୍କର ବୟାନ ବଦଳାଇଛନ୍ତି । ଏହାସହ ଅପୋଷ ବୁଝାମଣା ପାଇଁ ପ୍ରଦର୍ଶନକାରୀ କୁସ୍ତିଯୋଦ୍ଧାଙ୍କ ଉପରେ ଚାପ ପକାଯାଉଥିବା ମଧ୍ୟ ସେ ଅଭିଯୋଗ କରିଥିଲେ ।