କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେଙ୍କ ଅଧ୍ୟକ୍ଷତାରେ ଉଚ୍ଚସ୍ତରୀୟ ବୈଠକ । ଏହି ବୈଠକରେ ଖଡଗେ ଦଳର ସମସ୍ତ ନେତାଙ୍କୁ ଜବାବ ରଖିବାକୁ କହିଛନ୍ତି । ସେ କହିଥିଲେ ଯେ ପାର୍ଟିର ମହାସଚିବ ଓ ପ୍ରଦେଶ ପ୍ରଭାରୀମାନେ ପ୍ରଥମେ ସେମାନଙ୍କ ଦାୟିତ୍ୱ ସୁନିଶ୍ଚିତ କରାନ୍ତୁ । ଏହାସହ ପାର୍ଟିର ସଂଚାଳନ କମିଟି ବୈଠକରେ ଖଡଗେ ଚେତାବନୀ ଦେଇଛନ୍ତି କି ଯେଉଁମାନେ ନିଜ ଦାୟିତ୍ୱ ତୁଲାଇବାରେ ଅକ୍ଷମ ଅନୁଭବ କରୁଛନ୍ତି ସେମାନେ ତୁରନ୍ତ ନିଜ ପଦରୁ ଇସ୍ତଫା ଦିଅନ୍ତୁ , ଫଳରେ ନୂଆ ଲୋକଙ୍କୁ ସୁଯୋଗ ମିଳିପାରିବ । ଏହାସହ ଦଳର ସମସ୍ତ ସଂଗଠନ ତରଫରୁ ଏକ ବଡ ଆନ୍ଦୋଳନର ପ୍ରସ୍ତୁତ ୧୫୩୦ ଦିନ ମଧ୍ୟରେ କରିବାକୁ ଖଡଗେ ଆହ୍ୱାନ ଦେଇଛନ୍ତି । ଦେଶରେ ଲାଗିରହିଥିବା ଘୃଣାର ରାଜନୀତିକୁ କେବଳ ଆନ୍ଦୋଳନ ମାଧ୍ୟମରେ ପ୍ରତିହତ କରିହେବ ବୋଲି ସେ କହିଛନ୍ତି ।
More Stories
ଲାଗୁ ହେଲା ଅଷ୍ଟମ ବେତନ ଆୟୋଗ, ଜାଣନ୍ତୁ କେତେ ବଢିବ ଦରମା
ଗଣତନ୍ତ୍ର ଦିବସ ପାଇଁ ଦିଲ୍ଲୀରେ ସ୍ପେଶାଲ ଟ୍ରାଫିକ୍ ବ୍ୟବସ୍ଥା
2025 ରିପବ୍ଲିକ୍ ଡେ ହାଇଲାଇଟ୍ସ୍