ଆଜି ମହାଳୟା ପାଇଁ ସମସ୍ତ ସ୍କୁଲଗୁଡ଼ିକୁ ଛୁଟି ରହିବ । ଏନେଇ ଘୋଷଣା କରିଛି ରାଜ୍ୟ ଗଣଶିକ୍ଷା ବିଭାଗ । ଗଣଶିକ୍ଷା ବିଭାଗ ପକ୍ଷରୁ ଜାରି କରାଯାଇଥିବା ସୂଚନା ଅନୁସାରେ ଶନିବାର ମହାଳୟା ପାଇଁ ରାଜ୍ୟର ସବୁ ସ୍କୁଲ ଛୁଟି ରହିବ । ଏଥି ସହିତ ଚଳିତ ଦୁର୍ଗାପୂଜା(ଦଶହରା) ଛୁଟି ନେଇ ଘୋଷଣା କରିଛି ଗଣଶିକ୍ଷା ବିଭାଗ । ଗଣଶିକ୍ଷା ବିଭାଗର ନୋଟିସ୍ ଅନୁସାରେ ୨୦ରୁ ୨୯ ତାରିଖ ପର୍ଯ୍ୟନ୍ତ ପୂଜା ଛୁଟି ରହିବ । ଦଶହରା ଛୁଟି ମଧ୍ୟରେ ଦୁଇଟି ରବିବାରକୁ ମିଶାଇ ଚଳିତ ବର୍ଷ ପୂଜା ଛୁଟି ମୋଟ ୧୦ଦିନ ରହିବ ।
More Stories
ଗୁଣାତ୍ମକ ଶିକ୍ଷା, ଗବେଷଣା ଓ ଉତମ ସ୍ୱାସ୍ଥ୍ୟ ସେବାର ଉତ୍କର୍ଷ କେନ୍ଦ୍ର, SOA
ପୁଣି କ୍ୟାମ୍ପସରେ ହଇଚଇ, 25ରୁ ଆରମ୍ଭ ଛାତ୍ର ସଂସଦ ନିର୍ବାଚନ
ଏହି ନିବେଶ କରିବାରେ ସର୍ବପ୍ରଥମ ଓଡିଶା