ନୀତିଶ ଓ ମମତାଙ୍କ ସମର୍ଥନ ପରେ ଏବେ ମହାରାଷ୍ଟ୍ର ମୁହାଁ କେଜ୍ରିଓ୍ବାଲ । କେନ୍ଦ୍ରର ମନମାନୀ ବିରୋଧରେ ଏକ ହେଉଛନ୍ତି ବିରୋଧୀ । ଦିଲ୍ଲୀରେ କେନ୍ଦ୍ର ସରକାର ଆଣିଥିବା ସ୍ବତନ୍ତ୍ର ଅଧ୍ୟାଦେଶକୁ ରାଜ୍ୟସଭାରେ ପାସ୍ କରାଇ ନଦେବାକୁ ତମାମ ବିରୋଧୀ ଦଳଗୁଡ଼ିକର ସମର୍ଥନ ଯୋଗାଡ କରୁଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ । ଆଜି ମୁମ୍ବାଇ ଯାଇ ଉଦ୍ଧବ ଠାକରେ ଓ ଶରଦ ପାଓ୍ବାରଙ୍କୁ ଭେଟିବେ କେଜ୍ରିଓ୍ବାଲ । କେନ୍ଦ୍ରର ମନମାନି ବିରୋଧରେ ସମର୍ଥନ ମାଗିବେ । ଗତକାଲି କୋଲକାତାରେ ପହଞ୍ଚି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜିଙ୍କୁ ଭେଟିଥିଲେ ଅରବିନ୍ଦ କେଜ୍ରିଓ୍ବାଲ । ଦିଲ୍ଲୀରେ ଅଫିସରଙ୍କ ନିଯୁକ୍ତି ଓ ବଦଳି ପାଇଁ ନିର୍ବାଚିତ ସରକାରଙ୍କ ହାତରେ କ୍ଷମତା ରହିଛି ବୋଲି ସୁପ୍ରିମକୋର୍ଟ ରାୟ ଦେବାର ସପ୍ତାହେ ପରେ ଏହାକୁ ଚ୍ୟାଲେଞ୍ଜ କରି ସ୍ବତନ୍ତ୍ର ଅଧ୍ୟାଦେଶ ଆଣିଛନ୍ତି କେନ୍ଦ୍ର ସରକାର। ଯେଉଁ ରାଜ୍ୟରେ ବିଜେପି ବହୁମତ ପାଉନି, ସେଠାରେ ଅପରେସନ ଲୋଟସ ବଳରେ ସରକାର ଭାଙ୍ଗି ଦିଆଯାଉଛି । ନଚେତ ସିବିଆଇ, ଇଡି ଭଳି ସଂସ୍ଥାର ଦୁରୁପଯୋଗ କରି ବିରୋଧୀଙ୍କୁ ଡରାଇ ରଖିବାକୁ ଅପଚେଷ୍ଟା କରାଯାଉଛି ବୋଲି କେଜ୍ରିଓ୍ବାଲ କହିଛନ୍ତି ।
“The eyes believe themselves, the ears believe other people.”
More Stories
ଖୋଲିଲା ବିପୁଳ ନିଯୁକ୍ତି ସୁଯୋଗ
ପେନସନ୍ ଭୋଗୀଙ୍କ ପାଇଁ ଆସିଲା ବଡ ଖବର
ମହାକୁମ୍ଭରେ ଭିଡପାଇଁ 30 ମୃତ, 60 ଆହତ