ମହାରାଷ୍ଟ୍ର ପୁଣେରେ ଭୟଙ୍କର ଦୁର୍ଘଟଣା । ରାୟଗଡ଼ ଖୋପୋଲିରେ ଖାଇକୁ ଖସିଲା ଯାତ୍ରୀବାହୀ ବସ୍ । ଭାରସାମ୍ୟ ହରାଇ ୫ଶହ ଫୁଟ ଖାଇକୁ ଖସିଲା ବସ୍ । ବସରେ ୪୦ରୁ ଅଧିକ ଯାତ୍ରୀ ଥିବା ବେଳେ ୧୩ ଜଣଙ୍କ ମୃତ୍ୟୁ ହୋଇଛି । ୨୫ ଆହତ ମେଡିକାଲରେ ଭର୍ତ୍ତି ହୋଇଛନ୍ତି । ସୂଚନା ଅନୁସାରେ ବସଟି ମୁମ୍ବାଇରୁ ପୁଣେ ଯାଉଥିଲା । ଭୋର ୪ଟା ୩୦ରେ ଲୋନାବାଲା ନିକଟ ଖଣ୍ଡାଲା ଘାଟ ଅଞ୍ଚଳରେ ଥିବା ସିନ୍ଦୋପା ମନ୍ଦିର ନିକଟରେ ରାସ୍ତା ସାଇଡ ୱାଲ୍ ଭାଙ୍ଗି ଖାଇକୁ ଖସି ପଡ଼ିଥିଲା ବସ୍ । ସ୍ଥାନୀୟ ଲୋକ ପହଞ୍ଚି ପୋଲିସକୁ ଖବର ଦେଇଥିଲେ । ପୋଲିସ ପହଞ୍ଚି କ୍ରେନ୍ ସାହାଯ୍ୟରେ ଖାଇରୁ ବସକୁ ଉଦ୍ଧାର କରୁଥିବାବେଳେ ଯାତ୍ରୀଙ୍କୁ ଉଦ୍ଧାର କରାଯାଉଛି ।
“The eyes believe themselves, the ears believe other people.”
More Stories
ନିହତ ପର୍ଯ୍ୟଟକଙ୍କ ଲିଷ୍ଟ ହେଲା ଜାରି
ଅଂଶୁଘାତରୁ ବଞ୍ଚିବେ କିପରି ଜାଣନ୍ତୁ ପୁରା ତଥ୍ୟ
ଭାରତ ଯୋଡୋ ଯାତ୍ରା ପରେ ଭାରତ ବଦନାମ ଯାତ୍ରା- ବିଜେପି