The Topmost

“The eyes believe themselves, the ears believe other people.”

ମହାରାଷ୍ଟ୍ର ଥାନେରେ ବଡ଼ ଦୁର୍ଘଟଣା

ମହାରାଷ୍ଟ୍ର ଥାନେରେ ବଡ଼ ଦୁର୍ଘଟଣା । କ୍ରେନ୍ ଖସି ପଡ଼ିବାରୁ ୧୫ ଜଣ ଶ୍ରମିକଙ୍କ ମୃତ୍ୟୁ ହୋଇଛି । ଅନ୍ୟ ୩ ଜଣଙ୍କ ଅବସ୍ଥା ଗୁରୁତର ରହିଛି । ଥାନେ ଜିଲ୍ଲା ଶାହାପୁରରେ କାମ ଚାଲିଥିବା ବେଳେ ଏଭଳି ଅଘଟଣ ଘଟିଛି । ସମୃଦ୍ଧି ଏକ୍ସପ୍ରେସ ହାଇଓ୍ବେ ନିର୍ମାଣ କାମରେ ନିୟୋଜିତ ଥିଲା ଏହି କ୍ରେନ୍ । ତେବେ କ୍ରେନ୍ ତଳେ ଆଉ କିଛି ଶ୍ରମିକ ଫସି ରହିଥିବା ଆଶଙ୍କା କରାଯାଉଛି । ଘଟଣାସ୍ଥଳରେ ଏନଡିଆରଏଫର ଦୁଇଟି ଟିମ୍ ପହଞ୍ଚି ଉଦ୍ଧାର କାର୍ଯ୍ୟ ଚଳାଇଛନ୍ତି । ଏହାସହ ସନ୍ଧାନୀ କୁକୁରକୁ ମଧ୍ୟ ନିୟୋଜିତ କରାଯାଇଛି ।