ମହାରାଷ୍ଟ୍ରରେ ବଢୁଛି କରୋନା ସଂକ୍ରମଣ । ଗତ ୨୪ ଘଣ୍ଟାରେ ୭୧୧ ଜଣ କୋଭିଡ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଗୋଟିଏ ଦିନରେ ୧୮୬ ପ୍ରତିଶତ ଅଧିକ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସଂକ୍ରମିତଙ୍କ ମଧ୍ୟରୁ ୨୧୮ ଜଣ କେବଳ ମୁମ୍ବାଇରୁ ଚିହ୍ନଟ ହୋଇଛନ୍ତି । ଏଥିସହ ୨୪ ଘଣ୍ଟାରେ ୪ ଜଣଙ୍କ ମୃତ୍ୟୁ ହୋଇଛି । ଗତ ୭ ଦିନ ମଧ୍ୟରେ କରୋନା ଯୋଗୁଁ ୧୧ ଜଣଙ୍କର ମୃତ୍ୟୁ ହୋଇଛି । ଏଭଳି ସ୍ଥିତିରେ ସଜାଗ ରହିଛି ସ୍ବାସ୍ଥ୍ୟ ବିଭାଗ । ଆସନ୍ତା ସପ୍ତାହରୁ ପୁରା ରାଜ୍ୟରେ ମକଡ୍ରିଲ ଆରମ୍ଭ ହେବ । ରାଜ୍ୟବାସୀଙ୍କୁ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି । କୋଭିଡ ନିୟମ ମାନିବା ପାଇଁ କୁହାଯାଇଛି । ମହାରାଷ୍ଟ୍ରର ୬ଟି ଜିଲ୍ଲାରେ ସଂକ୍ରମଣ ହାର ଅଧିକ ଥିବାରୁ ସେଠାକାର ଜିଲ୍ଲାପ୍ରଶାସନକୁ ସତର୍କ ରହିବା ପାଇଁ କୁହାଯାଇଛି ।
“The eyes believe themselves, the ears believe other people.”
More Stories
ୱେଟ୍ ଲସ୍ ଜର୍ଣ୍ଣିରେ ସକାଳ ଜଳଖିଆ କଣ ଖାଇବେ
ସବୁ ପାକିସ୍ତାନୀଙ୍କ ଭିସା ରଦ୍ଦ କଲେ ସରକାର
ପାକିସ୍ତାନୀ ଏକ୍ସ ଆକାଉଣ୍ଟକୁ ବ୍ଲକ୍ କଲା ଭାରତ