ମହାରାଷ୍ଟ୍ରରେ ପାଓ୍ବାର ଗେମ୍ । ବିଜେପିରେ ମିଶି ପାରନ୍ତି ଏନସିପି ସୁପ୍ରିମୋ ଶରଦ ପାଓ୍ବାରଙ୍କ ପୁତୁରା ତଥା ଏନସିପି ଲିଡର ଅଜିତ ପାଓ୍ବାର । ସପ୍ତାହେ ଧରି ଏହି ଚର୍ଚ୍ଚା ଜୋର ଧରିଥିବା ବେଳେ ଆସନ୍ତା ୧୫ ଦିନ ମଧ୍ୟରେ ବଡ଼ଧରଣର ରାଜନୈତିକ ପରିବର୍ତ୍ତନ ହେବ ବୋଲି ଆଜି ସୁପ୍ରିୟା ସୁଲେ ବିସ୍ଫୋଟକ ବୟାନ ଦେଇଛନ୍ତି । ସେପଟେ ଆଜି ବିଧାନ ଭବନରେ ସମର୍ଥକ ବିଧାୟକଙ୍କ ସହ ବୈଠକ କରିଛନ୍ତି ଅଜିତ ପାଓ୍ବାର । ତମାମ ଚର୍ଚ୍ଚା ଆଲୋଚନାକୁ ଏନସିପି ସୁପ୍ରିମୋ ଖଣ୍ଡନ କରିଛନ୍ତି । ହେଲେ ନିଜ ଟୁଇଟର ପେଜରୁ ଅଜିତ ପାଓ୍ବାର ଏନସିପି ଲୋଗୋ ହଟାଇ ଦେଇଥିବା ଦେଖାଯାଇଛି । ସେପଟେ ମହାରାଷ୍ଟ୍ରରେ ମହା ବିକାଶ ଅଘାଡ଼ି ମେଣ୍ଟ ମଜଭୂତ ରହିବ ବୋଲି ଶିବସେନା ଉଦ୍ଧବ ଗୋଷ୍ଠୀ ସାଂସଦ ସଞ୍ଜୟ ରାଉତ କହିଛନ୍ତି । ସେପଟେ ଅଜିତ ପାଓ୍ବର ବିଜେପି ସହ ମେଣ୍ଟରେ ସାମିଲ ହେଲେ ସିନ୍ଦେ ଗୋଷ୍ଠୀ ମେଣ୍ଟରୁ ଓହରିଯିବ ବୋଲି ଦଳ କହିଛି ।
“The eyes believe themselves, the ears believe other people.”
More Stories
ରାତିରେ ହଇରାଣ କରୁଛି କି ଆପଣଙ୍କ ଶିଶୁ
ଖୋଲିଲା ବିପୁଳ ନିଯୁକ୍ତି ସୁଯୋଗ
ପେନସନ୍ ଭୋଗୀଙ୍କ ପାଇଁ ଆସିଲା ବଡ ଖବର