ମହାରାଷ୍ଟ୍ରରେ ତେଜିଲା ମରାଠା ସଂରକ୍ଷଣ ନିଆଁ । ଅଜିତ ପାଓ୍ବାର ଗୋଷ୍ଠୀର ଏନସିପି ବିଧାୟକଙ୍କ ଘର ଜାଳିଲେ ବିକ୍ଷୋଭକାରୀ । ବିଡ୍ ମାଜଲଗାଓଁରେ ବିଧାୟକ ପ୍ରକାଶ ସୋଲଙ୍କୀଙ୍କ ଘର ଓ ଅଫିସ ଉପରକୁ ପଥର ମାଡ଼ କରିଥିଲେ । ଉତ୍ୟକ୍ତ ଲୋକେ ଅନେକ ବାଇକ୍ ଓ କାରରେ ନିଆଁ ଲଗାଇବା ସହ ଘର ଜାଳି ଦେଇଥିଲେ। କିଛି ଦିନ ପୂର୍ବରୁ ପ୍ରକାଶ ସୋଲଙ୍କୀଙ୍କର ଏକ ଭିଡିଓ ଭାଇରାଲ୍ ହୋଇଥିଲା। ଏଥିରେ ମରାଠା ସଂରକ୍ଷଣ ଦାବି କରୁଥିବା ନେତା ମନୋଜ ଜାରଙ୍ଗେଙ୍କ ବିରୋଧରେ ମନ୍ତବ୍ୟ ଦେଇଥିଲେ । ଏହାକୁ ନେଇ ପ୍ରକାଶଙ୍କ ଘର ଉପରେ ଆକ୍ରମଣ ହୋଇଥିବା ସନ୍ଦେହ କରାଯାଉଛି । ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି । ଏଥିରେ କେହି ଆହତ ହୋଇନଥିବା ବେଳେ ବ୍ୟାପକ କ୍ଷୟକ୍ଷତି ହୋଇଛି । ଘଟଣାକୁ ନେଇ ମରାଠା ସଂରକ୍ଷଣ ପାଇଁ ଆନ୍ଦୋଳନ ଭୁଲ୍ ଦିଗରେ ଯାଉଥିବା କହିଛନ୍ତି ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ।
More Stories
ପିଏମ୍ ସ୍ୱନିଧି ଯୋଜନାରେ ବଡ ପରିବର୍ତ୍ତନ
ପିଲାଙ୍କ ଠାରେ ଏପରି ସମସ୍ୟା ଦେଖିଲେ ହୁଅନ୍ତୁ ସାବଧାନ
ବାର୍ଷିକ ଫାସଟ୍ୟାଗ୍ ପାସ୍ ଲାଗୁ ହେବ- ଗଡକରୀ