The Topmost

“The eyes believe themselves, the ears believe other people.”

ମହାପ୍ରଭୁଙ୍କ ଦର୍ଶନ କଲେ ବାଗେଶ୍ବର ବାବା

ଶ୍ରୀମନ୍ଦିର ଆସି ଜଗନ୍ନାଥ ଦର୍ଶନ କରିଛନ୍ତି ବାଗେଶ୍ୱର ଧାମ ବାବା ଧୀରେନ୍ଦ୍ର କୃଷ୍ଣ ଶାସ୍ତ୍ରୀ । ଶ୍ରୀମନ୍ଦିରରେ ପ୍ରାୟ ୧ଘଣ୍ଟା ରହଣି କାଳରେ ମହାପ୍ରଭୁଙ୍କ ଦର୍ଶନ କରିବା ସହ ମା ବିମଳା ମନ୍ଦିର, ଲକ୍ଷ୍ମୀ ମନ୍ଦିର ଓ  ପରେ ଶ୍ରୀମନ୍ଦିର ଭିତରେ ଥିବା ସାକ୍ଷୀଗୋପାଳ ମନ୍ଦିରରେ ବସି ମହାପ୍ରସାଦ ସେବନ କରିଥିଲେ । ନିଜ ଜଗନ୍ନାଥ ଦର୍ଶନ ଅନୁଭୂତି ଖୁବ ସୁନ୍ଦର ରହିଛି ବୋଲି ସେ କହିବା ସହ ଜାନୁଆରୀ ୨୨ରେ ହେବାକୁ ଯାଉଥିବା ଶ୍ରୀରାମ ମନ୍ଦିର ପ୍ରତିଷ୍ଠା ଉତ୍ସବ ସମସ୍ତ ଭାରତୀୟଙ୍କ ବିଜୟ ବୋଲି କହିଥିଲେ । ତେବେ ଶ୍ରୀମନ୍ଦିର ଯିବା ପୂର୍ବରୁ ସେ ସିଂହଦ୍ୱାର ଠାରେ ନିଜ କଠାଉ ରଖିଦେଇ ଯାଇଥିବା ବେଳେ ତାହାକୁ ମୁଣ୍ଡ ଛୁଇଁ ଦର୍ଶନ କରିବାକୁ ଉତ୍ସୁକତା ଦେଖିବାକୁ ମିଳିଥିଲା । ସେପଟେ ହନୁମାନ ସାଧକ ବାବା ବାଗେଶ୍ୱରଙ୍କୁ  ଧବଳେଶ୍ବରଙ୍କ ପୂଜକ ସିତେଶ ପତ୍ରି  ଏକ ପିତ୍ତଳର ଗଦା ଉପହାର ଦେଇଥିଲେ।ଯାହାର ଓଜନ ପ୍ରାୟ ସାଢ଼େ ଛଅ କିଲୋ ଓ ମୂଲ୍ୟ ୧୨ହଜାର ଟଙ୍କା ହେବ ବୋଲି ଶିତେଶ କହିଥିଲେ।ବାବା ଓଡ଼ିଶା ଆସିଲେ ସେ ଏହାକୁ ବାବାଙ୍କୁ ଦେବାପାଇଁ ଟାଙ୍ଗୀସ୍ଥିତ ଭଟିମୁଣ୍ଡାରେ ତିଆରି କରାଇଥିଲେ । ବାଗେଶ୍ୱର ବାବାଙ୍କ ଆସିବା ଖବର ଶୁଣି ତାଙ୍କୁ ଦେଖିବା ପାଇଁ ଶ୍ରୀମନ୍ଦିର ଓ ସିଂହଦ୍ୱାରରେ ପ୍ରବଳ ଭିଡ ଜମିଥିଲା । ଏମିତିକି ସିଂହଦ୍ୱାର ଠାରେ ଏକପ୍ରକାର ଠେଲାପେଲା ପରିସ୍ଥିତି ସୃଷ୍ଟି ହୋଇଥିଲା । ସୂଚନା ଥାଉକି, ରବିବାର ଭୁବନେଶ୍ବରରେ ପହଞ୍ଚିଥିଲେ ବାଗେଶ୍ବର ବାବା । ଏହାପରେ କଡ଼ା ସୁରକ୍ଷାରେ ଭିତରେ ସେ ପୁରୀ ଯାଇଥିଲେ । ସେଠାରେ ମହାପ୍ରଭୁଙ୍କ ଦର୍ଶନ କରିଥିବାବେଳେ ତାଙ୍କୁ ଦେଖିବା ପାଇଁ ଲାଗିଥିବା ଭକ୍ତଙ୍କ ଭିଡ଼ ।