ପୁଣି ବଢିଲା ମହାନଦୀ ଜଳ ବିବାଦ ଟ୍ରିବ୍ୟୁନାଲଙ୍କ କାର୍ଯ୍ୟକାଳ । ଆଉ ବର୍ଷେ ୯ ମାସକୁ କାର୍ଯ୍ୟକାଳ ବୃଦ୍ଧି କରିଛନ୍ତି କେନ୍ଦ୍ର ସରକାର । ଜଳଶକ୍ତି ମନ୍ତ୍ରାଳୟର ସୂଚନା ଅନୁସାରେ ଟ୍ରିବ୍ୟୁନାଲଙ୍କ ଅବଧିକୁ ମାର୍ଚ୍ଚ ୧୧, ୨୦୨୩ରୁ ଡିସେମ୍ବର ୨୪ ତାରିଖ ୨୦୨୪ କୁ ବୃଦ୍ଧି କରାଯାଇଛି । ଟ୍ରିବ୍ୟୁନାଲଙ୍କ ଅବଧି ବୃଦ୍ଧି କରିବାକୁ କେନ୍ଦ୍ର ସରକାରଙ୍କୁ ଚିଠି ଲେଖି ଅନୁରୋଧ କରିଥିଲେ ଓଡିଶା ଓ ଛତିଶଗଡ ସରକାର । କରୋନା କାଳରେ ଶୁଣାଣି ପ୍ରଭାବିତ ହୋଇଥିବାରୁ ଟ୍ରିବୁନାଲର ଅବଧି ତିନି ବର୍ଷ ବଢାଇବାକୁ ଉଭୟ ରାଜ୍ୟ ଚିଠିରେ ଅନୁରୋଧ କରିଥିଲେ । ବ୍ୟାପକ ବିଚାର ବିମର୍ଶ ପରେ ମହାନଦୀ ଜଳ ବିବାଦ ଟ୍ରିବ୍ୟୁନାଲଙ୍କ ଅବଧିକୁ ଏକ ବର୍ଷ ୯ ମାସ ବଢାଇଛନ୍ତି କେନ୍ଦ୍ର ସରକାର ।
More Stories
ମଣ୍ଡିରୁ ଧାନଉଠା ବିଳମ୍ବରେ କାରଣ ଦର୍ଶାଅ ନୋଟିସ୍
ସବୁ ସ୍କୁଲରେ ଖୋଲିବ ଶିଶୁ ବାଟିକା
ଭିତିରିଆ ଚାଲିଥିଲା ପାର୍ଟ ରେଜିଷ୍ଟ୍ରେସନ, ସମ୍ପୃକ୍ତ ଥିଲେ ମହିଳା କର୍ମଚାରୀ