ଶ୍ରୀଲିଙ୍ଗରାଜ ମନ୍ଦିରରେ ପହଞ୍ଚି ପୂଜାର୍ଚ୍ଚନା କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । କଡା ସୁରକ୍ଷା ଭିତରେ ବାବା ଲିଙ୍ଗରାଜଙ୍କ ମନ୍ଦିରରେ ପହଞ୍ଚିଥିଲେ । ସେଠାରେ ଆଦିବାସୀ ନୃତ୍ୟଗୀତରେ ରାଷ୍ଟ୍ରପତିଙ୍କୁ ସ୍ୱାଗତ କରାଯାଇଥିବା ବେଳେ ମନ୍ଦିରର ୪ ନିଯୋଗ ସମ୍ପାଦକ ତାଙ୍କୁ ପାଛୋଟି ନେଇଥିଲେ । ପୂଜା କରିବା ପୂର୍ବରୁ ରାଷ୍ଟ୍ରପତି ବିନ୍ଦୁ ସାଗରରେ ପାଦ ଧୋଇ ଖାଲି ପାଦରେ ଚାଲି ଚାଲି ମନ୍ଦିରରେ ପ୍ରବେଶ କରିଥିଲେ । ପ୍ରଥମେ ସିଦ୍ଧିବିନାୟକଙ୍କ ନିକଟରେ ପୂଜା କରିବାପରେ ଗର୍ଭଗୃହରେ ଲିଙ୍ଗରାଜଙ୍କ ନିକଟରେ ଜଳାଭିଷେକ ବେଲପତ୍ର ଓ ଫୁଲ ବରଣ କରି ପ୍ରାୟ ୪୦ ମିନିଟ୍ ଧରି ପୂଜାର୍ଚ୍ଚନା କରିଛନ୍ତି । ବଡୁ ନିଯୋଗ ସମ୍ପାଦକ ତାଙ୍କ ପାଖରେ ରହି ସମସ୍ତ ପୂଜାର୍ଚ୍ଚନା କରାଇଛନ୍ତି । ପୂଜା ସରିବାପରେ ବାହରକୁ ବାହାରିଥିଲେ ରାଷ୍ଟ୍ରପତି । ସୁରକ୍ଷା ପ୍ରୋଟୋକଲ ଭାଙ୍ଗି ମୟୁରଭଞ୍ଜରୁ ଆସିଥିବା କଳାକାରମାନଙ୍କୁ ଭେଟିଥିଲେ ।
More Stories
CSM Synapse 4.0 ରେ ଜିତିଲେ କିଟ୍ ଇଣ୍ଟରନ୍ୟାସନାଲ୍ ସ୍କୁଲ୍
ଗୁଣାତ୍ମକ ଶିକ୍ଷା, ଗବେଷଣା ଓ ଉତମ ସ୍ୱାସ୍ଥ୍ୟ ସେବାର ଉତ୍କର୍ଷ କେନ୍ଦ୍ର, SOA
ପୁଣି କ୍ୟାମ୍ପସରେ ହଇଚଇ, 25ରୁ ଆରମ୍ଭ ଛାତ୍ର ସଂସଦ ନିର୍ବାଚନ