ମହାକାଶରେ ଜାପାନ ରଚିଲା ଇତିହାସ । ୫ମ ଦେଶ ଭାବେ ଜହ୍ନରେ ଅବତରଣ କଲା ଜାପାନ । ଏହାପୂର୍ବରୁ ଆମେରିକା, ଋଷ, ଚୀନ୍ ଏବଂ ଭାରତ ଜହ୍ନରେ ଅବତରଣ କରିସାରିଛନ୍ତି । ଜାପାନର ମୁନ୍-ସ୍ନାଇପର ଲ୍ୟାଣ୍ଡର ସଫ୍ଟ ଲ୍ୟାଣ୍ଡିଂ କରିବାରେ ୫ମ ଦେଶ ସଫଳ ଅବତରଣ କରିଛି । ପ୍ରଥମ ପ୍ରୟାସରେ ଅବତରଣ କରିବାରେ ସଫଳ ହୋଇଛି ଜାପାନ । ଜାପାନର ସ୍ଥାନୀୟ ସମୟ ଅନୁଯାୟୀ ସ୍ମାର୍ଟ ଲ୍ୟାଣ୍ଡର ଫର ଇନଭେଷ୍ଟିଗେସନ୍ ମୁନ୍ ମିଶନ ରାତି ପ୍ରାୟ ୧୨ଟା ୨୦ମିନିଟ୍ ରେ ଚନ୍ଦ୍ର ପୃଷ୍ଠରେ ଅବତରଣ କରିଥିଲା । ଜାପାନର ଏହି ଅଭିଯାନକୁ ମୁନ୍ ସ୍ନାଇପର କୁହାଯାଉଛି । ଏହି ମହାକାଶଯାନରେ କୌଣସି ମହାକାଶଚାରୀ ନଥିଲେ । ୦୬ ସେପ୍ଟେମ୍ବର ୨୦୨୩ରେ ସ୍ମାର୍ଟ ଲ୍ୟାଣ୍ଡର ଫର ଇନଭେଷ୍ଟିଗେସନ୍ ମୁନ୍ ମିଶନ ଲଞ୍ଚ ହୋଇଥିଲା ।
More Stories
ବାର୍ଷିକ ଫାସଟ୍ୟାଗ୍ ପାସ୍ ଲାଗୁ ହେବ- ଗଡକରୀ
ବିମାନ ଦୁର୍ଘଟଣାର ଚାଲିଛି ପୁଙ୍ଖାନୁପୁଙ୍ଖ ତଦନ୍ତ
ୱେଟ୍ ଲସ୍ ଜର୍ଣ୍ଣିରେ ସକାଳ ଜଳଖିଆ କଣ ଖାଇବେ