The Topmost

“The eyes believe themselves, the ears believe other people.”

ମହାକାଳେଶ୍ୱରଙ୍କ ଶରଣରେ ଶିବରାଜ

ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କୁ ଘାରିଛି ଚାଷୀଙ୍କ ଚିନ୍ତା । ମରୁଡି ପରିସ୍ଥିତି ନେଇ ଜରୁରୀକାଳୀନ ବୈଠକ ପରେ ଆଜି ମହାକାଳେଶ୍ୱରଙ୍କ ଶରଣରେ ଯାଇ ପୂଜାର୍ଚ୍ଚନା କରିଛନ୍ତି ଶିବରାଜ ସିଂ ଚୌହାନ । ମୁଖ୍ୟମନ୍ତ୍ରୀ ଚୌହାନ୍‌ କହିଛନ୍ତି, ଅଗଷ୍ଟ ମାସରେ ରାଜ୍ୟରେ ମରୁଡ଼ି ପରସ୍ଥିତି ଦେଖା ଦେଇଛି। ଫସଲ ପ୍ରତି ବିପଦ ଦେଖା ଦେଇଛି । ଭଲ ବର୍ଷା କରାଇ ଫସଲ ରକ୍ଷା କରିବା ଲାଗି ମୁଁ ମହାକାଳଙ୍କୁ ପ୍ରାର୍ଥନା କରିଛି। ନିଜ ନିଜ ଗାଁ ଓ ରାଜ୍ୟରେ ଭଲ ବର୍ଷା ପାଇଁ ପ୍ରାର୍ଥନା କରିବାକୁ ମଧ୍ୟ ସେ ଜନସାଧାରଣଙ୍କୁ ନିବେଦନ କରିଛନ୍ତି। ସେ କହିଛନ୍ତି, ପ୍ରାର୍ଥନା ଶୁଣାଯାଏ, କାମ ବି ଦିଏ । ନିଷ୍ଠାର ସହିତ ପ୍ରାର୍ଥନା କଲେ ଈଶ୍ୱର ଆଶୀର୍ବାଦ କରନ୍ତି । ଅନାବୃଷ୍ଟି ଯୋଗୁଁ ରାଜ୍ୟରେ ବିଜୁଳି ଶକ୍ତି ସଙ୍କଟ ସୃଷ୍ଟି ହୋଇଥିବା କଥା ବି ସେ କହିଛନ୍ତି। ସେ କହିଛନ୍ତି, ଏ ସମୟରେ ସାଧାରଣତଃ ୮,୦୦୦-୯,୦୦୦ ମେଗାୱାଟ୍‌ ବିଜୁଳି ଶକ୍ତି ଆବଶ୍ୟକ ହୁଏ। କିନ୍ତୁ, ଚାହିଦା ୧୫,୦୦୦ ମେଗାୱାଟ୍‌କୁ ବୃଦ୍ଧି ପାଇଛି। ଫଳରେ ଚାହିଦା ମୁତାବକ ବିଜୁଳି ଶକ୍ତି ଯୋଗାଣ ହୋଇ ପାରୁନାହିଁ।