ସାଧାରଣ ଗ୍ରାହକଙ୍କୁ ମହଙ୍ଗା ମାଡ । ୧୪.୨ କିଲୋଗ୍ରାମ ଘରୋଇ ଏଲପିଜି ସିଲିଣ୍ଡରର ମୂଲ୍ୟ ବୃଦ୍ଧି ପାଇଛି । ଗ୍ୟାସ୍ ସିଲିଣ୍ଡର ପିଛା ୫୦ଟଙ୍କା ବୃଦ୍ଧି ପାଇଛି । ବର୍ତ୍ତମାନ ଦିଲ୍ଲୀରେ ଘରୋଇ ଏଲପିଜି ସିଲିଣ୍ଡର ୧୦୫୩ ଟଙ୍କାରେ ଉପଲବ୍ଧ ହେବ । ୧୪.୨ କିଲୋଗ୍ରାମ ସିଲିଣ୍ଡର ସହିତ ୫ କିଲୋଗ୍ରାମ ଛୋଟ ଘରୋଇ ସିଲିଣ୍ଡରର ମୂଲ୍ୟ ମଧ୍ୟ ବୃଦ୍ଧି ପାଇଛି । ଏହାର ମୂଲ୍ୟ ସିଲିଣ୍ଡର ପିଛା ୧୮ ଟଙ୍କା ବୃଦ୍ଧି କରାଯାଇଛି । ଅନ୍ୟପକ୍ଷରେ ୧୯ କିଲୋଗ୍ରାମ ବ୍ୟବସାୟିକ ସିଲିଣ୍ଡରର ମୂଲ୍ୟ ହ୍ରାସ କରାଯାଇଛି । ଏହାର ମୂଲ୍ୟ ସିଲିଣ୍ଡର ପିଛା ୮.୫୦ ଟଙ୍କା ହ୍ରାସ କରାଯାଇଛି । କିଛି ଦିନ ପୂର୍ବରୁ ବ୍ୟବସାୟିକ ସିଲିଣ୍ଡରର ମୂଲ୍ୟ ବୃଦ୍ଧି ପାଇଥିଲା ।
More Stories
ଗୁଣାତ୍ମକ ଶିକ୍ଷା, ଗବେଷଣା ଓ ଉତମ ସ୍ୱାସ୍ଥ୍ୟ ସେବାର ଉତ୍କର୍ଷ କେନ୍ଦ୍ର, SOA
ପୁଣି କ୍ୟାମ୍ପସରେ ହଇଚଇ, 25ରୁ ଆରମ୍ଭ ଛାତ୍ର ସଂସଦ ନିର୍ବାଚନ
ଏହି ନିବେଶ କରିବାରେ ସର୍ବପ୍ରଥମ ଓଡିଶା