ବିସ୍ଫୋରଣରେ ଥରିଲା ଆଫଗାନିସ୍ତାନର କାବୁଲ । ଏକ ମସଜିଦରେ ବୋମା ଫୁଟି ୮ ଜଣ ପ୍ରାଣ ହରାଇଛନ୍ତି । ଏଥିପାଇଁ ଆତଙ୍କବାଦୀ ସଙ୍ଗଠନ ଆଇଏସ ନିଜକୁ ଦୀୟୀ କରିଛି । ତେବେ ଏହି ବିସ୍ଫୋରଣ ମହିଳାଙ୍କୁ ଟାର୍ଗେଟ୍ କରି କରାଯାଇଥିଲା । ଘଟଣାରେ ପୀଡିତଙ୍କ ମଧ୍ୟରେ ଅଧିକାଂଶ ମହିଳା ଓ ଶିଶୁ ରହିଛନ୍ତି ।ଯେଉଁ ସ୍ଥାନରେ ବିସ୍ଫୋରଣ ହୋଇଛି ତାହା ଏକ ଜନଗହଳିପୂର୍ଣ୍ଣ ଅଞ୍ଚଳ । ଏଠାରେ ଅଧିକ ସିୟା ମୁସଲିମ ବସବାସ କରନ୍ତି । ଆଫଗାନ୍ ପୋଲିସର କହିବାନୁସାରେ, ଅଘଟଣରେ ୮ ଜଣଙ୍କ ଜୀବନ ଯାଇଛି । ୧୮ ଜଣ ଗୁରୁତର ହୋଇଛନ୍ତି । ସେପଟେ ଆଇଏସ କିନ୍ତୁ ନିଜ ବୟାନରେ ବିସ୍ଫୋରଣରେ ୨୦ ଜଣଙ୍କର ମୃତ୍ୟୁ ହୋଇଥିବା ଦାବି କରିଛି ।
“The eyes believe themselves, the ears believe other people.”
More Stories
ୱେଟ୍ ଲସ୍ ଜର୍ଣ୍ଣିରେ ସକାଳ ଜଳଖିଆ କଣ ଖାଇବେ
ସବୁ ପାକିସ୍ତାନୀଙ୍କ ଭିସା ରଦ୍ଦ କଲେ ସରକାର
ପାକିସ୍ତାନୀ ଏକ୍ସ ଆକାଉଣ୍ଟକୁ ବ୍ଲକ୍ କଲା ଭାରତ