ଏକ ବର୍ଷ ନୀରବ ରହିବା ପରେ ପଶ୍ଚିମବଙ୍ଗରେ ବିଜେପି ପୁଣି ରାସ୍ତାକୁ ଓହ୍ଲାଇଛି । ମଙ୍ଗଳବାର ବିଜେପି ‘ନବନ୍ନା ଚଲୋ’ ଅଭିଯାନ ଜରିଆରେ ମମତା ସରକାର ଉପରେ ଜୋରଦାର ବର୍ଷିଛି । ପୁଲିସ ଓ କାର୍ଯ୍ୟକର୍ତ୍ତାଙ୍କ ମଧ୍ୟରେ ହିଂସାତ୍ମକ ମୁହାଁମୁହିଁ ହୋଇଛି । ଶୁଭେନ୍ଦୁ ଅଧିକାରୀଙ୍କ ସମେତ କେତେଜଣ ନେତାଙ୍କୁ ଅଟକ ରଖାଯାଇଛି । ବର୍ତ୍ତମାନ ସମୟରେ ଏହା ବିଜେପିର ମମତା ସରକାର ବିରୋଧରେ ବଡ଼ ଅଭିଯାନ । ସୂଚନା ଅନୁସାରେ ପଶ୍ଚିମବଙ୍ଗ ବିଜେପି ବର୍ତ୍ତମାନ ୨୦୨୪ ଲୋକସଭା ନିର୍ବାଚନ ପାଇଁ ପ୍ରସ୍ତୁତି ଆରମ୍ଭ କରିଦେଇଛି । ଦଳର ରାଷ୍ଟ୍ରୀୟ ନେତୃତ୍ବ ମଧ୍ୟ ପୁଣିଥରେ ପଶ୍ଚିମବଙ୍ଗ ଆଡ଼କୁ ଧ୍ୟାନ ଦେଇଛନ୍ତି । ଅମିତ ଶାହଙ୍କ ଗସ୍ତ ଓ ପଶ୍ଚିମବଙ୍ଗ ପ୍ରଭାରୀ ରୂପରେ ସୁନୀଲ ବଂସଲଙ୍କ ନିଯୁକ୍ତି ଦ୍ବାରା ଦଳରେ ଆତ୍ମବିଶ୍ବାସ ଜାଗିଛି । କିନ୍ତୁ ପ୍ରଶ୍ନ ହେଉଛି ସତରେ କ’ଣ ଏହାଦ୍ବାରା କାମ ହେବ ନା ଆଗକୁ ବଢ଼ିବାର ରାସ୍ତା ଏବେ ବି ମୁସ୍କିଲ ରହିଛି । ଲୋକଙ୍କ କହିବା ଅନୁସାରେ କେନ୍ଦ୍ରୀୟ ଏଜେନ୍ସିଗୁଡ଼ିକ ତୃଣମୂଳ କଂଗ୍ରେସ ନେତାମାନଙ୍କ ଉପରେ ଚଢ଼ଉ କରିବାରୁ ଏଇଆ ଆଭାସ ହେଉଛି କି କେନ୍ଦ୍ର କେବଳ ରାଜ୍ୟଗୁଡ଼ିକରେ କ୍ଷମତାସୀନ ବିରୋଧୀ ଦଳଗୁଡ଼ିକର ନେତାମାନଙ୍କ ଉପରେ ଦାଉ ସାଧୁଛି। ଏହାକୁ ବିରୋଧୀମାନେ ପ୍ରତିଶୋଧମୂଳକ ରାଜନୀତି ବୋଲି କହୁଛନ୍ତି।
More Stories
ଲାଗୁ ହେଲା ଅଷ୍ଟମ ବେତନ ଆୟୋଗ, ଜାଣନ୍ତୁ କେତେ ବଢିବ ଦରମା
ଗଣତନ୍ତ୍ର ଦିବସ ପାଇଁ ଦିଲ୍ଲୀରେ ସ୍ପେଶାଲ ଟ୍ରାଫିକ୍ ବ୍ୟବସ୍ଥା
2025 ରିପବ୍ଲିକ୍ ଡେ ହାଇଲାଇଟ୍ସ୍