The Topmost

“The eyes believe themselves, the ears believe other people.”

ମମତା ତିହାର ଜେଲ୍ ଯିବେ: ଶୁଭେନ୍ଦୁ ଅଧିକାରୀ

ଟିଏମ୍‌ସି ନେତା ଅନୁବ୍ରତ ମଣ୍ଡଳଙ୍କ ପ୍ରସଙ୍ଗକୁ ନେଇ ବିଜେପି ଏବଂ ଟିଏମ୍‌ସି ପୁଣି ମୁହାଁମୁହିଁ । ଗୋରୁ ଚୋରାଚାଲାଣ ମାମଲାରେ ତଦନ୍ତର ସମ୍ମୁଖୀନ ‌ହୋଇଥିବା ଅନୁବ୍ରତ ମଣ୍ଡଳଙ୍କ ସପକ୍ଷରେ ମମତା ଥିବାବେଳେ ଏହି ପ୍ରସଙ୍ଗରେ ବିଜେପି ନେତା ଶୁ‌ଭେନ୍ଦୁ ଅଧିକାରୀ ମମତାଙ୍କୁ ଚ୍ୟାଲେଂଜ କରିଛନ୍ତି । ୨୦୧୦ରେ ବୀରଭୂମ ଜିଲ୍ଲାର ମଙ୍ଗଳକୋଟ ବିସ୍ଫୋରଣ ମାମଲାରେ ଅନୁବ୍ରତ ମଣ୍ଡଳ ଏବଂ ଅନ୍ୟ ୧୩ ଜଣ ଶୁକ୍ରବାର ଦୋଷମୁକ୍ତ ହୋଇଥିଲେ । ଦୋଷମୁକ୍ତ ହେବାପରେ ମଣ୍ଡଳ ଦାବି କରିଥିଲେ ଯେ ତାଙ୍କୁ ଏହି ମାମଲାରେ ଫସାଇ ଦିଆଯାଇଥିଲା । ଏହି ପ୍ରସଙ୍ଗରେ ମମତା ଗୁରୁବାର ଦିନ କହିଥିଲେ, ଅନୁବ୍ରତ ଦିନେ ଜେଲ୍‌ରୁ ମୁକୁଳିବେ ଏବଂ ତୁମେମାନେ ତାଙ୍କୁ ହିରୋ ଭଳି ସ୍ବାଗତ କରିବ । ଉକ୍ତ ପ୍ରସଙ୍ଗରେ ମମତାଙ୍କୁ ସମାଲୋଚନା କରିଛନ୍ତି ଶୁଭେନ୍ଦୁ ଅଧିକାରୀ । ସେ କହିଛନ୍ତି ଯେ, ଯଦି ମୁଖ୍ୟମନ୍ତ୍ରୀ ମଣ୍ଡଳଙ୍କୁ ଜଣେ ହିରୋ ଭାବେ ସମ୍ମାନିତ କରିବାକୁ ଚାହୁଛନ୍ତି ତେବେ ତାଙ୍କୁ ଦିଲ୍ଲୀର ତିହାର ଜେଲ୍‌ ଯିବାକୁ ପଡ଼ିବ । ଏହାସହ ରାଜ୍ୟରେ ଦୁର୍ନୀତି ଓ ଅରାଜକତା ସୀମା ଟପିଲାଣି ବୋଲି ଶୁଭେନ୍ଦୁ କହିଛନ୍ତି ।