ମମତାଙ୍କୁ କିମ୍ଙ୍କ ସହ ତୁଳନା କଲେ ଶୁଭେନ୍ଦୁ । ଶୁଭେନ୍ଦୁ ଅଧିକାରୀଙ୍କୁ ବିଜେପିର ‘ନବାନ୍ନ ଅଭିଯାନ’ ଆରମ୍ଭ ହେବା ପୂର୍ବରୁ ପୁଲିସ ଅଟକାଇଥିଲା । ଶୁଭେନ୍ଦୁଙ୍କୁ ପୁଲିସ ଅଟକାଇ ଭ୍ୟାନ୍କୁ ନେବାପାଇଁ ଚେଷ୍ଟା କରିବାବେଳେ ପୁଲିସଙ୍କ ସହ ତାଙ୍କର ବଚସା ହୋଇଥିଲା । ମହିଳା ପୁଲିସଙ୍କୁ ଶୁଭେନ୍ଦୁ କହିଥିଲେ ‘ଡୋଣ୍ଟ୍ ଟଚ୍ ମି’ । ମତେ ଛୁଅଁନା । ତୁମେ ମହିଳା । ଜଣେ ପୁରୁଷ ପୁଲିସ ଅଧିକାରୀ ତାଙ୍କ ସହ କଥା ହେବାପାଇଁ ଶୁଭେନ୍ଦୁ ଦାବି କରିଥିଲେ । ଏହାପରେ ଦକ୍ଷିଣ କୋଲକାତା ଡିସିପି ଆସି ପହଞ୍ଚିଥିଲେ ଏବଂ ଅଧିକାରୀଙ୍କୁ ଭ୍ୟାନ୍ ପର୍ଯ୍ୟନ୍ତ ନେଇଥିଲେ । ପରେ ଶୁଭେନ୍ଦୁ ଅଧିକାରୀ କହିଛନ୍ତି, ତାଙ୍କୁ ଟଣାଓଟରା କରାଯାଇଥିଲେ ବି ସେ ଜବାବ ଦେଇନାହାନ୍ତି । କାରଣ ସେ ମହିଳାଙ୍କୁ ସମ୍ମାନ ଦିଅନ୍ତି । ଏହି ପ୍ରସଙ୍ଗରେ ଶୁଭେନ୍ଦୁ କହିଥିଲେ, ମେଦିନୀପୁରରେ ଥିବା ଲେଡି କିମ୍ ବା ମମତା ବାନାର୍ଜୀଙ୍କୁ କୁହ ଏହା ଭାରତ । କିନ୍ତୁ ସେ ପଶ୍ଚିମବଙ୍ଗକୁ ଉତ୍ତର କୋରିଆରେ ପରିଣତ କରିଦେଇଛନ୍ତି ।
“The eyes believe themselves, the ears believe other people.”
More Stories
ରାତିରେ ହଇରାଣ କରୁଛି କି ଆପଣଙ୍କ ଶିଶୁ
ଖୋଲିଲା ବିପୁଳ ନିଯୁକ୍ତି ସୁଯୋଗ
ପେନସନ୍ ଭୋଗୀଙ୍କ ପାଇଁ ଆସିଲା ବଡ ଖବର