ରେକର୍ଡ ସମୟ ଭିତରେ ପ୍ରସ୍ତୁତ ହୋଇସାରିଛି ତେଲେଙ୍ଗାନାର ଭବ୍ୟ ସଚିବାଳୟ । ରବିବାର ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ଏହାର ଉଦଘାଟନ କରିଛନ୍ତି । ତେବେ ଏହି ଭବନର ଭବ୍ୟତା ଏବେ ସମସ୍ତଙ୍କୁ ଆଶ୍ଚଯ୍ୟ କରିଛି । ଦେଶର ସବୁଠୁ ଭବ୍ୟ ସଚିବାଳୟ ବୋଲି ଏହାକୁ କୁହାଯାଉଛି । ତେବେ ସାଧାରଣତଃ ଏପରି ବିଶାଳ ଭବନ ନିର୍ମାଣ କରିବାକୁ ୫ ବର୍ଷରୁ ଅଧିକ ସମୟ ଲାଗୁଥିବାବେଳେ, ତେଲେଙ୍ଗାନାର ଏହି ସଚିବାଳୟକୁ ମାତ୍ର ୨୬ ମାସ ଭିତରେ ନିର୍ମାଣ କରାଯାଇଛି । ଯାହାକି ଏକପ୍ରକାରର ରେକର୍ଡ । ତେବେ ତେଲେଙ୍ଗାନା ରାଜ୍ୟ ନିର୍ମାଣ ପରେ କେସିଆରଙ୍କ ନେତୃତ୍ୱାଧୀନ ସରକାର ପ୍ରଥମେ ଆନ୍ଧ୍ରପ୍ରଦେଶର ସଚିବାଳୟରୁ ହିଁ କାମ କରୁଥିଲା । ତେବେ ପୁରୁଣା ରାଜ୍ୟ ସଚିବାଳୟରେ ପର୍ଯ୍ୟାପ୍ତ ସୁବିଧା ସୁଯୋଗ ନଥିଲା । ବିଭିନ୍ନ ସମୟରେ କର୍ମଚାରୀମାନେ ନାନାଦି ଅସୁବିଧାର ସମ୍ମୁଖୀନ ହେଉଥିବାବେଳେ, ପ୍ରଶାସନିକ କାମ ମଧ୍ୟ ଠିକ୍ ଠାକ୍ ହେଇପାରୁନଥିଲା । ତେବେ ଏହି ସବୁ ସମସ୍ୟାକୁ ଆଖି ଆଗରେ ରଖି ଏହି ବିଶାଳ ଭବ୍ୟ ଭବନର ନିର୍ମାଣ କରାଯାଇଥିଲା ।
More Stories
ଲାଗୁ ହେଲା ଅଷ୍ଟମ ବେତନ ଆୟୋଗ, ଜାଣନ୍ତୁ କେତେ ବଢିବ ଦରମା
ଗଣତନ୍ତ୍ର ଦିବସ ପାଇଁ ଦିଲ୍ଲୀରେ ସ୍ପେଶାଲ ଟ୍ରାଫିକ୍ ବ୍ୟବସ୍ଥା
2025 ରିପବ୍ଲିକ୍ ଡେ ହାଇଲାଇଟ୍ସ୍