ଓଡ଼ିଶାର ମିଲେଟ୍ ମିଶନକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରଶଂସା । ୯୭ତମ ମନ୍ କି ବାତ୍ କାର୍ଯ୍ୟକ୍ରମରେ ଉଠିଲା ଓଡ଼ିଶା ମିଲେଟ୍ର ସଫଳତାର କାହାଣୀ । ସୁନ୍ଦରଗଡ଼ର ଆଦିବାସୀ ଏସଏଚଜି ମହିଳାଙ୍କୁ ଭୂରି ଭୂରି ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ । ଦେଶବାସୀଙ୍କୁ ରାଜ୍ୟର ମିଲେଟ ମିଶନ ବିଷୟରେ ଜଣାଇଲେ ମୋଦି । ଓଡ଼ିଶାର ମିଲେଟ୍ ମିଶନ ଏବେ ଜାତୀୟ ଗଣମାଧ୍ୟମର ହେଡଲାଇନ୍ ପାଲଟିଛି । ସୁନ୍ଦରଗଡ଼ର ଏକ ଆଦିବାସୀ ମହିଳା ସ୍ବୟଂ ସହାୟକ ଗୋଷ୍ଠୀ ଏହି ମିଶନରେ ସାମିଲ ହୋଇଛି । ମିଲେଟ ସଫଳତା ପଛରେ ଓଡ଼ିଶାର ବହୁ ଏସଏଚଜି ମହିଳାଙ୍କ ହାତ ଥିବା ବେଳେ ସୁନ୍ଦରଗଡ଼ର ୧୫ ଶହ ମହିଳା ମାଣ୍ଡିଆରେ ପୁଷ୍ଟିକର ଖାଦ୍ୟ ତିଆରି କରୁଛନ୍ତି । କୁକିଜ୍, ସରଗୋଲ, ଗୁଲାବ ଜାମୁନ, କେକ୍ ଆଦି ତିଆରି କରୁଛନ୍ତି । ଏହାଦ୍ବାରା ମହିଳାମାନେ ଲାଭବାନ ହେଉଛନ୍ତି । ରୋଜଗାରକ୍ଷମ ହେବା ସହ ଆତ୍ମନିର୍ଭରଶୀଳ ହୋଇପାରିଛନ୍ତି ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ।
“The eyes believe themselves, the ears believe other people.”
More Stories
ଖୋଲିଲା ବିପୁଳ ନିଯୁକ୍ତି ସୁଯୋଗ
ପେନସନ୍ ଭୋଗୀଙ୍କ ପାଇଁ ଆସିଲା ବଡ ଖବର
ମହାକୁମ୍ଭରେ ଭିଡପାଇଁ 30 ମୃତ, 60 ଆହତ