ମାଆ ଶାରଳାଙ୍କ ପୀଠକୁ ମୋବାଇଲ ଓ କ୍ୟାମେରା ନେବା ମନା । ମାଆଙ୍କ ବିଗ୍ରହର ଫଟୋ କିମ୍ବା ବେଢ଼ା ପରିସରର ଫଟୋ ଉଠାଇଲେ କାର୍ଯ୍ୟାନୁଷ୍ଠାନ ନିଆଯିବ । ଏଥିସହିତ ମନ୍ଦିର ଭିତରକୁ ପଲିଥିନ ମଧ୍ୟ ନିଷେଦ୍ଧ କରାଯାଇଛି । ଅବିବାହିତ ବା ବ୍ରତ ହୋଇନଥିବା ସେବାୟତଙ୍କୁ ମଧ୍ୟ ଗର୍ଭଗୃହକୁ ଯିବା ଉପରେ କଟକଣା ଲଗାଯାଇଛି । ଏମିତି କି ମନ୍ଦିର ପରିସରରେ ଅପରିଷ୍କାର କଲେ କାର୍ଯ୍ୟାନୁଷ୍ଠାନ ନିଆଯିବ । ଆଇନଶୃଙ୍ଖଳା ସ୍ଥିତିକୁ ଦୃଷ୍ଟିରେ ରଖି ଜିଲ୍ଲା ଓ ମନ୍ଦିର ପ୍ରଶାସନ ତରଫରୁ ଏପରି ନିଷ୍ପତ୍ତି ନିଆଯାଇଛି । ସ୍ବତନ୍ତ୍ର କୋର କମିଟିର ନିଷ୍ପତ୍ତି ଅନୁସାରେ କଟକଣା ଜାରି କରାଯାଇଛି । ଏନେଇ ପୋଷ୍ଟର ମାଧ୍ୟମରେ ଶ୍ରଦ୍ଧାଳୁଙ୍କୁ ଅବଗତ କରାଯାଇଛି । ତେବେ ମୋଟ ୧୮ଟି ପ୍ରସ୍ତାବକୁ ସ୍ବୀକୃତି ମିଳିଛି ।
More Stories
ଅପୁତ୍ରିକ ମାନେ ନିଶ୍ଚୟ କରନ୍ତୁ ଏହି ଏକାଦଶୀ
କଣ ରହିଛି ଦେବଶିଳ୍ପୀ ବିଶ୍ବକର୍ମାଙ୍କ ରହସ୍ୟ
ଏହି ଦୂବରେ ହରି ଓ ହର ପୂଜାରେ ମିଳେ ଅବିନାଶୀ ଶକ୍ତି