ରାଜ୍ୟ ରାଜନୀତିରେ ବଡ ଧରଣର ହଚଲଚଲ । ଇସ୍ତଫା ଦେଉଛନ୍ତି ଜଣେ ପରେ ଜଣେ ମନ୍ତ୍ରୀ । ବାଚସ୍ପତି ବିକ୍ରମ ଆରୁଖଙ୍କ ପରେ ଏବେ ଇସ୍ତଫା ଦେଇଛନ୍ତି ଶ୍ରମମନ୍ତ୍ରୀ ଶ୍ରୀକାନ୍ତ ସାହୁ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ । ତେବେ ଇସ୍ତଫା ଦେଉଥିବା ମନ୍ତ୍ରୀମାନଙ୍କୁ ବଡ ଦାୟିତ୍ୱ ମିଳିବ କି ? ଯାହାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି । ୨୦୨୪ ନିର୍ବାଚନ ପୂର୍ବରୁ ବଡ ଧରଣର ଅଦଳବଦଳ କରିବେ କି ସରରକାର ? କାହିଁକି ଇସ୍ତଫା ଦେଉଛନ୍ତି ଜଣକ ପରେ ଜଣେ ମନ୍ତ୍ରୀ । ମନ୍ତ୍ରୀମାନଙ୍କ ଇସ୍ତଫା ଏକ ବଡ ଧରଣର ହଲଚଲ ହେବାକୁ ଦର୍ଶାଉଛି । ତେବେ ବିକ୍ରମ କେଶରୀ ଆରୁଖ ନିଜ ବ୍ୟକ୍ତିଗତ କାରଣ ଦର୍ଶାଇ ଇସ୍ତଫା ପ୍ରଦାନ କରିଛନ୍ତି ।
More Stories
ଗୁଣାତ୍ମକ ଶିକ୍ଷା, ଗବେଷଣା ଓ ଉତମ ସ୍ୱାସ୍ଥ୍ୟ ସେବାର ଉତ୍କର୍ଷ କେନ୍ଦ୍ର, SOA
ପୁଣି କ୍ୟାମ୍ପସରେ ହଇଚଇ, 25ରୁ ଆରମ୍ଭ ଛାତ୍ର ସଂସଦ ନିର୍ବାଚନ
ଏହି ନିବେଶ କରିବାରେ ସର୍ବପ୍ରଥମ ଓଡିଶା