ବଦଳିଲେ ଭୁବନେଶ୍ଵର ଆଞ୍ଚଳିକ ପାଣିପାଗ କେନ୍ଦ୍ରର ନିର୍ଦ୍ଦେଶକ । ମନୋରମା ମହାନ୍ତି ହେଲେ ଆଞ୍ଚଳିକ ପାଣିପାଗ କେନ୍ଦ୍ରର ନୂଆ ନିର୍ଦ୍ଦେଶକ । ବର୍ତ୍ତମାନ ଅହମଦାବାଦ ପାଣିପାଗ ବିଭାଗର ନିର୍ଦ୍ଦେଶକ ଅଛନ୍ତି ମନୋରମା ମହାନ୍ତି । ଏଚ ଆର୍ ବିଶ୍ୱାସ ଙ୍କୁ କୋଲକତା ଆଞ୍ଚଳିକ ପାଣିପାଗ କେନ୍ଦ୍ରକୁ ବଦଳି କରାଯାଇଛି । ନୂତନ ନିଯୁକ୍ତି ସହିତ ମନୋରମାଙ୍କୁ S ଗ୍ରେଡ୍ କୁ ପଦୋନ୍ନତି ମିଳିଛି । ଏ ନେଇ ପୃଥିବୀ ବିଜ୍ଞାନ ମନ୍ତ୍ରଣାଳୟ ପକ୍ଷରୁ ଏକ ବିଜ୍ଞପ୍ତି ଜାରି କରାଯାଇଛି। ମନୋରମା ମହାନ୍ତି ଉତ୍କଳ ବିଶ୍ୱବିଦ୍ୟାଳୟରୁ ପଦାର୍ଥ ବିଜ୍ଞାନରେ ସ୍ନାତକୋତ୍ତର ସମାପ୍ତ କରିବା ପରେ ପାଣିପାଗ ପୂର୍ବାନୁମାନ ବିଭାଗରେ ଯୋଗ ଦେଇଥିଲେ। ଗୁଜୁରାଟକୁ ପ୍ରଭାବିତ କରିଥିବା ଆରବ ସାଗରରେ ବିଭିନ୍ନ ବିପର୍ଯ୍ୟୟର ସଠିକ୍ ଭବିଷ୍ୟବାଣୀରେ ସେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ ।
More Stories
ଡାକ୍ତରଙ୍କ ମନମୁଖି ଓପିଡି ବନ୍ଦ ଘୋଷଣା
ନବଜାତକଙ୍କ ପାଇଁ ସରକାରୀ ଟୀକା କେତେ ଜରୁରୀ
CSM Synapse 4.0 ରେ ଜିତିଲେ କିଟ୍ ଇଣ୍ଟରନ୍ୟାସନାଲ୍ ସ୍କୁଲ୍