ଜୀବନରେ ମନୋରଞ୍ଜନର ଗୁରୁତ୍ୱ ଢେର ଅଧିକା । ମନୋରଞ୍ଜନର ପରିଭାଷା ବଦଳିବାରେ ଲାଗିଛି । ହେଲେ ନାଟକ କାହିଁ କେଉଁ କାଳରୁ ବିଶ୍ୱବ୍ୟାପି ଲୋକଙ୍କର ମନୋରଞ୍ଜନ କରିଆସୁଛି । ନାଟକ ଯେ କେବଳ ମନୋରଞ୍ଜନ କରେ ତାହା ନୁହେଁ ଏହା ଅନେକ ସାମାଜିକ ବାର୍ତ୍ତା ମଧ୍ୟ ପ୍ରଦାନ କରିଥାଏ । ଅନେକଙ୍କ ଜୀବନର ପ୍ରେରଣା ମଧ୍ୟ ସାଜିଥାଏ ନାଟକ । ବିଶ୍ୱ ନାଟ୍ୟ ଦିବସ ଆନ୍ତର୍ଜାତୀୟ ନାଟ୍ୟ ଅନୁଷ୍ଠାନ ଦ୍ୱାରା ପ୍ରତିବର୍ଷ ମାର୍ଚ୍ଚ ମାସ ୨୭ ତାରିଖରେ ପାଳନ କରାଯାଇଥାଏ । ଏହାକୁ ୧୯୬୧ ମସିହାରୁ ଏହା ପାଳିତ ହୋଇ ଆସୁଛି । ମାର୍ଚ୍ଚ ମାସ ୨୭ ତାରିଖରେ ଆନ୍ତର୍ଜାତୀୟ ନାଟ୍ୟ ଅନୁଷ୍ଠାନର ବିଭିନ୍ନ ଦେଶରେ ଥିବା ସେଣ୍ଟର ଓ ଆନ୍ତର୍ଜାତୀୟ ନାଟ୍ୟ କର୍ମୀମାନଙ୍କ ଦ୍ୱାରା ପାଳନ କରାଯାଏ । ଏହି ଅବସରରେ ବିଭିନ୍ନ ନାଟ୍ୟ କାର୍ଯ୍ୟକ୍ରମର ଆୟୋଜନ କରାଯାଏ । କାର୍ଯ୍ୟକ୍ରମରେ ବିଶ୍ୱର ଜଣାଶୁଣା ବ୍ୟକ୍ତିତ୍ୱ ନାଟକ ଉପରେ ନିଜର ସଂଦେଶ ପ୍ରଦାନ କରିଥାନ୍ତି ।

ଏହି ସଂଦେଶ ବିଶ୍ୱବ୍ୟାପି ପ୍ରେରଣ କରାଯାଇଥାଏ । ୧୯୬୨ ମସିହାରେ ପ୍ରଥମ କରି ଏହି ସନ୍ଦେଶ ପ୍ରଦାନ କରିଥିଲେ ଫ୍ରାନ୍ସର ‘ଜୀନ କକଟ୍ୟେୟୁ’ । ତେବେ ୧୯୬୧ ମସିହାରେ ‘ଅର୍ଭୀ କିଭିମା’ ବିଶ୍ୱ ନାଟ୍ୟ ଦିବସ ପାଳନ କରାଯିବା ନେଇ ପ୍ରସ୍ତାବ ରଖିଥିଲେ ।
1 thought on “ମନୋରଞ୍ଜନର ପରିଭାଷା: ବିଶ୍ୱ ନାଟ୍ୟ ଦିବସ”