ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କୁ ଇଡିର ସମନ । ମନି ଲଣ୍ଡରିଂ ମାମଲାରେ ସୋରେନଙ୍କୁ ସମନ କରିଛି ଇଡି । ଏହାସହ ଗୁରୁବାର ହାଜର ହେବାକୁ କୁହାଯାଇଛି । ଖଣି ଦୁର୍ନୀତି ମାମଲାରେ ଇଡି ଏହି ସମୟରେ ପଚରାଉଚରା କରିବ ବୋଲି ସୂଚନା ରହିଛି । ପୂର୍ବରୁ ଏହି ଖଣି ଦୁର୍ନୀତି ମାମଲାରେ ହେମନ୍ତ ସୋରେନଙ୍କ ସହଯୋଗୀ ପଙ୍କଜ ମିଶ୍ରା ଗିରଫ ହୋଇଥିଲେ । ପଙ୍କଜ ମିଶ୍ରାଙ୍କ ସହିତ ସମ୍ପୃକ୍ତ ଥିବା ୧୮ଟି ସ୍ଥାନ ଏବଂ ତାଙ୍କର ବ୍ୟାବସାୟିକ ସହଯୋଗୀମାନଙ୍କ ପ୍ରତିଷ୍ଠାନ ଉପରେ ମଧ୍ୟ ଇଡି ଜୁଲାଇ ୮ ତାରିଖ ଦିନ ଚଢ଼ଉ କରିଥିଲା । ପଙ୍କଜ ମିଶ୍ରା ବେଆଇନ ଭାବେ ବିପୁଳ ସମ୍ପତି ଆୟ କରିଥିବା ଅଭିଯୋଗ ରହିଛି । ସେ ପ୍ରାୟ ୪୨ କୋଟି ଟଙ୍କାର ସମ୍ପତି ହାତେଇଥିବା ଏବେ ସୁଦ୍ଧା ଜଣାପଡ଼ିଛି । ମାର୍ଚ ମାସରେ ମିଶ୍ରା ଏବଂ ଅନ୍ୟମାନଙ୍କ ନାମରେ ଇଡି ପିଏମ୍ଏଲ୍ଏ ଅନୁସାରେ ମାମଲା ରୁଜୁ କରିବା ପରେ ଚଢ଼ଉ କରିଥିଲା ।
More Stories
ଘରେ ବୟସ୍କ ମାନଙ୍କର କେମିତି ନେବେ ଯତ୍ନ
କେମିତି ଜାଣିବେ ପେଟ୍ରୋଲ୍ ଡିଜେଲ ଭର୍ତ୍ତିରେ କେତେ ହେଉଛି ଠକେଇ
ଡେଲିଭରି ବୟଙ୍କୁ ପୋଲିସଙ୍କ ଅତ୍ୟାଚାର, ଦେଖିଲେ ଛାତି ଥରି ଉଠିବ