The Topmost

“The eyes believe themselves, the ears believe other people.”

ମନିଷ ସିସୋଦିଆଙ୍କ ଅବକାରୀ ନୀତିକୁ ବିରୋଧ

ଦିଲ୍ଲୀ ସରକାରରେ ଉପ-ମୁଖ୍ୟମନ୍ତ୍ରୀ ତଥା ଅବକାରୀମନ୍ତ୍ରୀ ଥିବା ମନିଷ ସିସୋଦିଆଙ୍କ ଅବକାରୀ ନୀତିକୁ ବିରୋଧ କରି ବିଜେପି ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ । ଦିଲ୍ଲୀ ସରକାରଙ୍କ ଅବକାରୀ ନୀତି ବାବଦରେ ସିବିଆଇ ଯାଞ୍ଚ୍ ପାଇଁ ଉପ ରାଜ୍ୟପାଳ ସୁପାରିଶ କରିବା ପରେ ଆକ୍ସନ ମୋଡକୁ ଆସିଛି ବିଜେପି । ଏନେଇ ଆଜି ଶହ ଶହ ବିଜେପି କର୍ମୀ ଉପ ମୁଖ୍ୟମନ୍ତ୍ରୀ ମନିଷ ସିସୋଦିଆଙ୍କ ଘର ଘେରାଉ କରିଛନ୍ତି । ଏହାସହ ଦିଲ୍ଲୀ ବିଜେପି ନେତା ଆଦେଶ ଗୁପ୍ତା ମନିଷ ସିସୋଦିଆଙ୍କୁ ମନ୍ତ୍ରୀ ମଣ୍ଡଳରୁ ବିଦା କରିବାକୁ ଦାବି କରିଛନ୍ତି । ସେ କହିଛନ୍ତି ଯେ ମୁଖ୍ୟମନ୍ତ୍ରୀ କେଜ୍ରିୱାଲ ନିଜ ମଦ ମାଫିଆଙ୍କୁ ଲାଭ ପହଞ୍ଚାଇବାକୁ କ୍ୟାବିନେଟର ବିନା ଆପ୍ରୁଭାଲରେ ଟଙ୍କା ଦେଇଛନ୍ତି । ଏନେଇ ଦିଲ୍ଲୀ ରାଜକୋଷରୁ ୧ ହଜାର କୋଟି ଟଙ୍କା ମଦ ମାଫିଆ ଲୁଟି ନେଇଛନ୍ତି ବୋଲି ଆଦେଶ ଗୁପ୍ତା ଅଭିଯୋଗ କରିଛନ୍ତି ।